ନକଲି ପୋଲିସ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅନେକ ଦିନ ପରେ ଜିଆରପି ପୋଲିସ ଧରିଲା ଟ୍ରେନ ଲୁଟେରା ।
ନିଜକୁ ଆରପିଏଫ ଅଫିସର କହି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ କରିବା ଆଳରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗକୁ ରେଳବାଇ ପୋଲିସ ଗିରଫ କରିଛି।

ଘଟଣା କ୍ରମେ,

ଦୁଇଦିନ ପୂର୍ବେ କୋଣାର୍କ ଏକ୍ସପ୍ରେସ ଯୋଗେ ବିଶାଖାପାଟଣାର ଦିବ୍ୟା ରେଡ୍ଡୀ ଭୁବନେଶ୍ୱର ଆସୁଥିଲେ । ନିଜ ବାହାଘର ଲାଗି ସେ ୬ ଭରୀ ଓଜନର ସୁନା ଗହଣା ଆଣୁଥିଲେ। ଚଳନ୍ତା ଟ୍ରେନରେ ୩ଜଣ ଯୁବକ ନିଜକୁ ଆରପିଏଫ କହି ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ଯୁବତୀ ଜଣକ ଠିଆ ହୋଇଥିବା ସମୟରେ ଅନ୍ୟମନସ୍କ ଥିବା ଏହି ଦୁର୍ବୃତ୍ତ ଲକ୍ଷ୍ୟ କରିଥିଲେ। ଏହି ସୁଯୋଗକୁ ସେମାନେ ହାତଛଡା କରିନଥିଲେ। ଯାଞ୍ଚ ବାହାନାରେ ସେମାନେ ତାଙ୍କ ଠାରୁ ସମସ୍ତ ସୁନା ଗହଣା ଚୋରି କରି ନେଇଥିଲେ। ଯେଉଁଥିରେକି ତାଙ୍କର ବିବାହ ପାଇଁ କିଣା ହୋଇଥିବା ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଥିଲା।

ଏନେଇ ଜିଆରପି ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ଆରପିଏଫର ସ୍ସେଶାଲ ଟାସ୍କ ଫୋର୍ସ ଲୁଟେରାକୁ ରାଜଧାନୀରୁ ଗିରଫ କରିଛି।  ଗିରଫ ଅଭିଯୁକ୍ତର ନାଁ ରବି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୨ଜଣ ଅଭିଯୁକ ଫେରାର ହୋଇଯାଇଛନ୍ତି ।

ବିବାହର ଦୁଇ ଦିନ ପୂର୍ବରୁ ଲୁଟ ହୋଇଥିବା ସୁନା ଗହଣା ସୌଭାଗ୍ୟବଶତଃ ବିବାହର ଗୋଟିଏ ଦିନ ପୂର୍ବରୁ ମିଳିଗଲା ବୋଲି ଜନସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.