ଶ୍ରୀହରିକୋଟାରୁ ଆର୍ଥ ଅବସରଭେସନ ସେଟଲାଇଟକୁ ଲଞ୍ଚ କଲା ଇସ୍ରୋ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀହରିକୋଟାର ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ଇଓଏସ୍-୦୧(ଆର୍ଥ ଅବସରଭେସନ ସେଟଲାଇଟ)କୁ ଇସ୍ରୋ ପକ୍ଷରୁ ଲଞ୍ଚ କରାଯାଇଛି। ଇଓଏସ୍-୦୧ ସେଟଲାଇଟକୁ ପିଏସଏଲଭି ସି୪୯ ରକେଟ ଦ୍ୱାରା ଅନ୍ତରୀକ୍ଷକୁ ପଠାଯିବ। ପିଏସଏଲଭି ଜରିଆରେ ନୂଆ ସେଟଲାଇଟକୁ ପଠାଯିବା ଫଳରେ ପୃଥିବୀ ଉପରେ ଭଲଭାବେ ନଜର ରଖାଯାଇପାରିବ। ଏହି ସେଟଲାଇଟ ବାଦଲ ଥିଲେ ମଧ୍ୟ ପୃଥିବୀକୁ ଦେଖିପାରିବ। ରାତି ହେଉ କି ଦିନ ଫଟୋ ଉଠାଇ ପାରିବ ଯାହାକି ନଜର ରଖିବା ପାଇଁ ସୁବିଧା ହେବ।

Leave A Reply

Your email address will not be published.