ଓଡ଼ିଶା ଫାଷ୍ଟ(ବ୍ୟୁରୋ):କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ରାତି ୯ଟା୪୫ ମିନିଟ୍ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବାଡାବାଙ୍ଗା, ଦାସିଙ୍ଗବାଡ଼ି, ପ୍ଲୀହେରୀ, ଗ୍ରୀନବାଡ଼ି, ଶ୍ରାନିକେତା, ବୁଡାଗୁଡ଼ା ଆଦି ପଞ୍ଚାୟତରେ ଭୂମିକମ୍ପ ଅନୁଭୂତ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ସୂଚନା ଦେଇଛନ୍ତି। ଅଞ୍ଚଳବାସୀଙ୍କ ସୂଚନା ମୁତାବକ ପ୍ରାୟ ୩ ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ ହୋଇଥିଲା। ଘରର ଖଟ, କାନ୍ଥଘଣ୍ଟା, ଟିଭି ସମେତ ଆସବାବପତ୍ର ଭୂମିକମ୍ପ ଝଟକାରେ ଦୋହଲି ଯାଇଥିଲା। ସେହିଭଳି ଜିଲ୍ଲାର ଫିରିଙ୍ଗିଆ, ରାଇକିଆ, କୋଟଗଡ଼ , ଚକାପାଦ, ଟିକାବାଲି, ଜି.ଉଦୟଗିରି କେ.ନୂଆଗାଁ, ବାଲିଗୁନା, ପକାରି, ବୁଡ଼ାଗୁଡ଼ା, ଶଙ୍କରାଖୋଲ , ବନ୍ଧଗଡ଼ ଭଳି ବିଭିନ୍ନ ଅଞ୍ଚଳ ଭଳି ଜିଲ୍ଲାର ପ୍ରାୟ ୭ଟି ବ୍ଲକରେ ଏହି ମୃଦୁ ଭୂମିକମ୍ପ ହୋଇଥିବା ଖବର ମିଳିଛି।
