ଭୂକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୂକମ୍ପରେ ଥରିଲା ଗଞ୍ଜାମ ଓ ଗଜପତି ଜିଲ୍ଲା । ଆଜି ସକାଳ ସକାଳ ୭ଟା ୧୦ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୩.୮ । ଗଂଜାମ ଜିଲ୍ଲାର ପାତ୍ରପୁର ଓ ଚିକିଟି ଅଞ୍ଚଳରେ ମୃଦୁ ଭୂମିକମ୍ପ ହୋଇଥିବା ସୂଚନା । ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳରେ ସକାଳୁ ପୋଡାମାରି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ସେପଟେ ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଏହାସହ ଗଜପତି ଜିଲ୍ଲାର ମୋହନାର ବିଭିନ୍ନ ବ୍ଲକର ଭୂମିକମ୍ପ ଅନୁଭୂତ ହୋଇଥିଲା । ସମୟ ପ୍ରାୟ ୭ଟା ୧୦ ସୁଦ୍ଧା ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଲୋକେ ଏତେ ଭୟଭୀତ ହୋଇଯାଇଛନ୍ତି ଯେ, ଲୋକମାନେ ଏବେ ବି ଘର ବାହାରେ ଅଛନ୍ତି ।

Leave A Reply

Your email address will not be published.