୬.୦ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୂକମ୍ପରେ ଥରିଲା ଜାପାନ । ଶନିବାର ଦିନ ଜାପାନର ରାଜଧାନୀ ଟୋକିଅରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପରେ ତୀବ୍ରତା ୬.୦ ଥିବା ଜଣାପିଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

 ଶନିବାର ଦିନ ସକାଳ ପ୍ରାୟ ୮.୧୪ ମିନିଟରେ ଜାପାନ ରାଜଧାନୀ ଟୋକିଅରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଟୋକିଅ ଠାରୁ ୪୦୭ କିମି ଦୂରରେ ଉତ୍ତର-ପୂର୍ବ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ସ୍ଥାନୀୟ ଲୋକେ ଘର ବାହାରକୁ ବାହାରିଆସିଥିବା ବେଳେ କିଛି ଲୋକ ଘରେ ରହିଯାଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାପୂର୍ବରୁ ମଧ୍ୟ ଜାପାନରେ ଅନେକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୂଭୂତ ହୋଇସାରିଛି ।

Leave A Reply

Your email address will not be published.