ମୁମ୍ବାଇରେ ପୁଣି ଭୂମିକମ୍ପ ଅନୁଭୂତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ପ୍ରାୟ ୮ଟାରେ ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ଥିବା ଜଣା ପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର ୧୦୨କିଲୋମିଟର ଉତ୍ତରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି। ଭୂମିକମ୍ପ ଯୋଗୁଁ କାହାର ପ୍ରାଣହାନି କିମ୍ବା ଆହତ ହୋଇଥିବା ଖବର ମିଳିନାହିଁ। ଏନସିଏସ୍ କହିଛି ଯେ, ଆଜି ହୋଇଥିବା ଭୂମିକମ୍ପର ତୀବ୍ରତା ୩.୫ଥିଲା। ଶନିବାର ଦିନ ମଧ୍ୟ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଚାରିଟି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

Leave A Reply

Your email address will not be published.