ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ମୁଠାଏ ଆଲମଣ୍ଡ ଖାଇବା ଅଭ୍ୟାସ କର

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରାହକଙ୍କୁ ଖାଦ୍ୟର ମହତ୍ୱ ବିଷୟରେ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ କାଲିଫର୍ନିଆର ଆଲମଣ୍ଡ ବୋର୍ଡ ପକ୍ଷରୁ ‘ପ୍ରାୟୋରିଟାଇଜିଂ ମାଇଣ୍ଡଫୁଲ୍ ଇଟିଂ: ଦ ନ୍ୟୁ ମବ ଫର୍ ହୋଲିଷ୍ଟିକ ଫ୍ୟାମିଲି ହେଲଥ୍‌’ ଉପରେ ଏକ ଅଧିବେଶନ ଆୟୋଜନ କରାଯାଇଛି । ଆମ ପରିବାର ଏବଂ ଆମ ପାଇଁ ସାମଗ୍ରିକ ସ୍ୱାସ୍ଥ୍ୟ ଉନ୍ନତି କରିବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଧିବେଶନରେ ଜଣାଶୁଣା ଓଡିଆ ସେଲିବ୍ରିଟି, ନୈନା ଦାଶ ତିୱାରୀ, ଏବଂ ଦିଲ୍ଲୀ ମ୍ୟାକ୍ସ ହେଲଥ କେୟାର ଡାଏଟେଟିକ୍ସର ଆଂଚଳିକ ମୁଖ୍ୟ ରିତିକା ସମାଦାର ଯୋଗଦେଇଥିଲେ । ଏହାକୁ ଆରଜେ ଶେଲି ପରିଚାଳନା କରିଥିଲେ ।

ଆମର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆମେ ଦେଖିଥାଉ ସାଧାରଣତଃ ଲୋକେ କାମ ଚାପ ଯୋଗୁଁ ବେଳେବେଳେ ଅଧିକ ଖାଇବା ପିଇବା ଦେଖିଥାଉ । ବେଳେବେଳେ ଖାଇବାରେ ଦୀର୍ଘଦିନ ଧରି ପରିବର୍ତନ ଆସି ଏହା ଅଭ୍ୟାସରେ ପରିଣତ ହୋଇଥାଏ । ମିଠା ଏବଂ ଚିନି ଭତିକ ଖାଦ୍ୟ ପରି ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ମଧ୍ୟ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ପରିଣତ ହୋଇଥାଏ । ତେଣୁ ମାଇଣ୍ଡ ଫୁଲ୍ ଇଟିଂ ଜଣଙ୍କର ଖାଦ୍ୟ ଖାଇବା ଅଭ୍ୟାସରେ ନିୟବଣ ପାଇଁ ଜରୁରୀ ହୋଇ ପଡ଼ିଥାଏ । ମାଇଣ୍ଡ ଫୁଲ୍‌ ଇଟିଂ ଖାଦ୍ୟ ଖାଇବା ସମୟରେ ସଚେତନତା ବଜାୟ ରଖିବାରେ ସାହାଯ୍ୟ କରେ । ଆଲମଣ୍ଡ ଭଳି ଖାଦ୍ୟ ହଜାର ହଜାର ବର୍ଷ ଧରି ଭାରତୀୟ ପରମ୍ପରା ଏବଂ ଖାଦ୍ୟ ଅଭ୍ୟାସର ଏକ ଅଂଶ ହୋଇଆସୁଛି ଏବଂ ଆୟୁର୍ବେଦ, ୟୁନାନି ଓ ସିଦ୍ଧ ଗ୍ରନ୍ଥରେ ଏହାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ବହୁଳ ଭାବରେ ଉଲ୍ଲେଖ କରାଯାଇଛି । ଆଲମଣ୍ଡ ସମ୍ପର୍କରେ କେତେକ ତଥ୍ୟ ଅଳ୍ପ ଜଣାଶୁଣା ରହିଛି । ମୁଠାଏ ଆଲମଣ୍ଡ ପୂର୍ଣ୍ଣତାର ଭାବନାକୁ ପ୍ରୋତ୍ସାହିତ କରିଥାଏ । ପ୍ରଥମତଃ ଏହା ଖାଇଲେ ଭୋକକୁ ଦୂର ହୋଇଥାଏ । ଏହା ଆମକୁ କେବଳ ଜଙ୍କ ଫୁଡ ଖାଇବା ଠାରୁ ଦୂରେଇ ରଖେ ନାହିଁ ବରଂ ଆମ ଶରୀରକୁ ପୁଷ୍ଟିକର ଖାଦ୍ୟ ତତ୍ତ୍ୱ ପ୍ରଦାନ କରେ । କାରଣ ଏଥିରେ ଭିଟାମିନ ଇ, ମ୍ୟାଗ୍ନେସିୟମ, ପ୍ରୋଟିନ, ରିବୋଫ୍ଲାଭିନ, ଜିଙ୍କ ଇତ୍ୟାଦି ୧୫ ଟି ପୁଷ୍ଟିକର ଉତ୍ସ ଥାଏ ।

ନିୟମିତ ଆଲମଣ୍ଡ ଖାଇବାର ଉପକାରିତା ବିଷୟରେ ପ୍ୟାନେଲିଷ୍ଟମାନେ କହିଥିଲେ ଯେ ବାଦା, ଏହା ପ୍ରୋଟିନର ଉତ୍ସ ଏବଂ ଡାଏଟେରୀ ଫାଇବରରେ ଭରପୁର । ରକ୍ତରେ ଶର୍କରା ସ୍ତର ବଜାୟ ରଖିବାରେ ଏହା ସାହାଯ୍ୟ କରିଥାଏ । ଟାଇପ-୨ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ନିୟବଣରେ ଉନ୍ନତି ଆଣିବାରେ ଏହା ସାହାଯ୍ୟ କରିଥାଏ । କାର୍ବୋହାଇଡ୍ରେଟ ଖାଦ୍ୟର ରକ୍ତରେ ଶର୍କରା ପ୍ରଭାବକୁ ଏହା କମ କରିଥାଏ । ଏହା ଫାଷ୍ଟିଂ ଇନସୁଲିନ ସ୍ତରକୁ ପ୍ରଭାବିତ କରିଥାଏ । ଜିଙ୍କ, ଫୋଲେଟ ଏବଂ ଆଇରନ ପରି ପୋଷଣ ତତ୍ୱ ଏଥିରେ ଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀର ସ୍ୱାଭାବିକ କାର୍ଯ୍ୟରେ ସହାୟକ ହୋଇଥାଏ । ସୁସ୍ଥ ଖାଦ୍ୟର ଗୁରୁତ୍ୱ ଉପରେ ଧ୍ୟାନ ଦେଇ ପ୍ୟାନେଲିଷ୍ଟମାନେ ଓଜନ ପରିଚାଳନା, ଟାଇପ-୨ ମଧୁମେହ ଏବଂ ହୃଦୟ ସ୍ୱାସ୍ଥ୍ୟ ଭଳି ଜୀବନଶୈଳୀରେ ଦେଖାଦେଉଥିବା ଏକାଧିକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଦୈନଦିନ କାର୍ଯ୍ୟର ଏକ ଅଂଶ ଭାବରେ ମୁଠାଏ ଆଲମଣ୍ଡ ସାମିଲ କରିବା ପରି ସାମାନ୍ୟ ପରିବର୍ତନ କରିବା ଦ୍ୱାରା ସୁସ୍ୱାସ୍ଥ୍ୟ ବଜାୟ ରଖିବାରେ ସହଜ ହୋଇଥାଏ । ଏହା ସୁସ୍ୱାସ୍ଥ୍ୟ ସହିତ ଶରୀରକୁ ଫିଟ୍ ରଖିଥାଏ ।

ଏହି ଅଧିବେଶନ ମାଧ୍ୟମରେ ପ୍ୟାନେଲିଷ୍ଟମାନେ ସହରର ବିଭିନ୍ନ ପରିବାରକୁ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ପାଳନ କରିବା ଏବଂ ଅନ୍ୟ ବନ୍ଧୁ ତଥା ପରିବାର ସଦସ୍ୟଙ୍କୁ ଏଭଳି ପରିବର୍ତନ ଆଣିବା ପାଇଁ ପ୍ରେରଣା ଦେବାକୁ ଅନୁରୋଧ କରିଥିଲେ । ଆଲୋଚନା ସମୟରେ, ଉଭୟ ପ୍ୟାନେଲିଷ୍ଟମାନେ କହିଥିଲେ ଯେ ସେମାନେ ଉତ୍ସବରେ ବାଦାମ ମିଠା ରେସିପି ମାଧ୍ୟମରେ ବାଦାମ ଖାଇଥାନ୍ତି । ଖାଦ୍ୟପେୟ ଏବଂ ଜୀବନ ଶୈଳୀରେ ସୁଧାର ପାଇଁ ପରାମର୍ଶ ଦ୍ୱାରା ପରିବାରମାନେ ଏକ ସ୍ୱାସ୍ଥ୍ୟକର ସ୍ୱାସ୍ଥ୍ୟ ହାସଲ କରିପାରିବେ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ଦିଲ୍ଲୀ ମ୍ୟାକ୍ସ ହେଲଥ କେୟାର ଡାଏଟେଟିକ୍ସର ଆଂଚଳିକ ମୁଖ୍ୟ ରିତିକା ସମାଦାର କହିଲେ, ଭଲ ଖାଦ୍ୟ ଏବଂ ସ୍ନାକିଂ ଅଭ୍ୟାସ ବିଷୟରେ ସଚେତନତା ଏକ ସୁସ୍ଥ ଜୀବନଶୈଳୀ ହାସଲ କରିବା ପାଇଁ ଏକ ପ୍ରମୁଖ ବିଷୟ । ଅଧ୍ୟୟନରୁ ଜଣାପଡିଛି ଯେ ଖାଦ୍ୟକୁ ନେଇ ମାନସିକ ଆତ୍ମ-ସଚେତନତାକୁ ବଢ଼ାଇବା ଗୁରୁତ୍ୱପୂର୍ଣ୍ଣ । ଏହା ଉଦାସୀନତା, ଖାଦ୍ୟ ଲୋଭ ଏବଂ ଓଜନ ହ୍ରାସ ସହିତ ସୁସ୍ଥତା କ୍ଷେତ୍ରରେ ଉନ୍ନତି ଆଣିଥାଏ । ଲଣ୍ଡନର କିଙ୍ଗ କଲେଜର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଆଲମଣ୍ଡ ସ୍ନାକିଙ୍ଗରେ ହୃଦସ୍ପନ୍ଦନ ପରିବର୍ତନଶୀଳତା ବୃଦ୍ଧି ପାଇଥାଏ । ମାନସିକ ଚାପର ପ୍ରତିକ୍ରିୟା ଦୂର ହୋଇଥାଏ । ସ୍ନାକିଂ ପାଇଁ ଆଲମଣ୍ଡ ବାଦାମ, ବିଭିନ୍ନ ଫଳ, ଏବଂ ପନିପରିବା ପରି ପୁଷ୍ଟିକର ଖାଦ୍ୟ ଉପଯୁକ୍ତ । ଆଲମଣ୍ଡ ଉତ୍ସ ଯେପରିକି ପ୍ରୋଟିନ, ଭିଟାମିନ ଇ, ମ୍ୟାଗ୍ନେସିୟମ, ରିବୋଫ୍ଲାଭିନ, ଜିଙ୍କ ଇତ୍ୟାଦି ସହିତ ଗୁଡ୍ ଫ୍ୟାଟ୍ ମାଧ୍ୟମରେ ଶକ୍ତି ଯୋଗାଇବା ପାଇଁ ବେଶ୍ ଜଣାଶୁଣା, ଯାହା ସୁସ୍ଥତା ପ୍ରଦାନ ସହିତ ସ୍ୱାଦିଷ୍ଟ ମଧ୍ୟ ।

ଏହି ଅବସରରେ ଜଣାଶୁଣା ଓଡିଆ ସେଲିବ୍ରିଟି, ନୈନା ଦାଶ ତିୱାରୀ କହିଲେ, ଆପଣଙ୍କ ପରିବାର ଏବଂ ନିଜ ସ୍ୱାସ୍ଥ୍ୟ ପାଇଁ ଜଣେ ଘରୋଇ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ବିଷୟରେ ଜାଣିବା ଆବଶ୍ୟକ । ଯେକୌଣସି ଅଭ୍ୟାସ ଯାହା ଆପଣଙ୍କର ସ୍ୱାସ୍ଥ୍ୟ ଲକ୍ଷ୍ୟକୁ ପୂରଣ କରେ ନାହିଁ, ଏହାକୁ ଏଡାଇବାକୁ ହେବ ଏବଂ ଆହୁରି ଭଲ, କିଛି ସୁସ୍ଥ କିମ୍ବା ପୁଷ୍ଟିକର ଜିନିଷ ଦ୍ୱାରା ବଦଳାଯିବା ଜରୁରୀ । ଉଦାହରଣ ସ୍ୱରୂପ ଯେତେବେଳେ ମୁଁ ମୋର ଶୁଟିଂ ପାଇଁ ଯାଇଥାଏ, ମୁଁ ଏକ ଛୋଟ ଆଲମଣ୍ଡ ଡବା ମୋ ହ୍ୟାଣ୍ଡବ୍ୟାଗରେ ରଖିଥାଏ । କାରଣ ଏହାକୁ ସଂରକ୍ଷଣ ଏବଂ ବହନ କରିବା ସୁବିଧା ଜନକ । ମୁଁ ମୋ ପୁଅର ମଧ୍ୟାହ୍ନ ଭୋଜନ ବାକ୍ସରେ କିଛି ଫଳ ସହିତ କିଛି ଆଲମଣ୍ଡ ଦେଇଥାଏ । ଯାହାକୁ ସେ ମଧ୍ୟାହ୍ନ ବିରତି ସମୟରେ ସହଜରେ ଖାଇ ପାରିବ । ମୋ ପରିବାର ଏବଂ ମୁଁ ନିୟମିତ ଭାବେ ଆଲମଣ୍ଡ ଖାଇବାକୁ ପସନ୍ଦ କରିବାର କାରଣ ହେଉଛି ଏଥିରେ ତୃପ୍ତି ଗୁଣ ରହିଛି ଏବଂ ଆମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିଥାଏ । ଏହା ମଧ୍ୟ ଆମକୁ ମଧ୍ୟାହ୍ନ ଭୋଜନ କ୍ଷୁଧା ଉପରେ ଏକ ନିୟବଣ ରଖିବାରେ ସାହାଯ୍ୟ କରିଥାଏ । ଦିନସାରା ଶକ୍ତି ପ୍ରଦାନ କରିଥାଏ । ତେଣୁ, ମୁଁ ନିୟମିତ ଭାବରେ ମୁଠାଏ ଆଲମଣ୍ଡ ଖାଇବାକୁ ସମସ୍ତଙ୍କୁ ଅନୁରୋଧ କରୁଛି ଯାହା ଆପଣ ବହୁ ସ୍ୱାସ୍ଥ୍ୟ ଉପକାର ପାଇପାରିବେ ।

ଯଦିଓ ଅଭ୍ୟାସଗୁଡିକ ବଦଳାଇବା କଷ୍ଟକର, ଖାଦ୍ୟପେୟ ଅଭ୍ୟାସକୁ ସଂଶୋଧନ କରିବା ଏବଂ ଜୀବନଶୈଳୀରେ ସଂଶୋଧନ କରିବା ଦୀର୍ଘ ସ୍ଥାୟୀ ଭାବେ ସାମଗ୍ରିକ ସ୍ୱାସ୍ଥ୍ୟ ଉନ୍ନତି କରିବା ପାଇଁ ପରିବାର ସଦସ୍ୟମାନଙ୍କ ପାଇଁ ସର୍ବୋତମ ଉପାୟ ଅବଲମ୍ବନ କରିବା ଜରୁରୀ । ଭାରତରେ ବୃଦ୍ଧି ପାଉଥିବା କ୍ରୋନିକ ଏବଂ ଜୀବନଶୈଳୀ ରୋଗର ଆଶଙ୍କା ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହେବ । ଅଳ୍ପ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ପରିବର୍ତନ ସହିତ ପୁଷ୍ଟିକର ଖାଦ୍ୟ ଭାବେ ପ୍ରତିଦିନ ମୁଠାଏ ଆଏମଣ୍ଡ ଆମ ଜୀବନରେ ଏକ ସୁସ୍ଥ ପରିବର୍ତନ ଆଣିପାରିବ ।

SOA post below
Leave a comment