ଚେସ ତାରକା ପଦ୍ମିନୀ ରାଉତଙ୍କୁ ଇଡିର ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚେସ ତାରକା ପଦ୍ମିନୀ ରାଉତଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ପକ୍ଷରୁ ଚିଟଫଣ୍ଡ ଠକେଇ ମାମଲାରେ ଜେରା କରାଯାଇଛି । ଷ୍ଟାର କନ୍‌ସଲଟାନ୍ସି ଚିଟ୍‌ଫଣ୍ଡ ଲିଙ୍କ୍‌ରେ ତାଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ପଦ୍ମିନୀଙ୍କୁ ଇଡି ଅଧିକାରୀମାନେ ଜେରା କରିଥିଲେ । ପୂର୍ବରୁ ତାଙ୍କୁ ଇଡି ନୋଟିସ କରିଥିଲେ ସୁଦ୍ଧା ସେ ହାଜର ହୋଇ ନ ଥିଲେ । ଏ ନେଇ ପଦ୍ମିନୀ କହିଛନ୍ତି, ପୂର୍ବରୁ ମୋତେ ନୋଟିସ ହୋଇଥିଲା । କିନ୍ତୁ ମୁଁ ଜାଣିପାରି ନ ଥିଲି । ପୁନର୍ବାର ନୋଟିସ ପାଇବା ପରେ ଆସିଛି । ଷ୍ଟାର କନସଲଟାନ୍ସି ସହ ମୋ ଲିଙ୍କ ସମ୍ପର୍କରେ ଇଡି ଅଧିକାରୀମାନେ ପଚାରି ବୁଝିଥିଲେ । ଏହି ସଂସ୍ଥା ମୋର ପ୍ରାୟୋଜକ ଥିଲା । ଏହା ଛଡା ସଂସ୍ଥା ସହିତ ମୋର କିଛି ସମ୍ପର୍କ ନାହିଁ ବୋଲି ସେ କହିଥିଲେ । ପଦ୍ମିନୀଙ୍କ ବାପା ଅଶୋକ ରାଉତ କହିଛନ୍ତି ଯେ, ଝିଅ ପାଇଁ ପ୍ରାୟୋଜକ ଲାଗି ଏହି ସଂସ୍ଥା ସହ ମୁଁ ଏହି ସଂସ୍ଥା ସହ ୩ବର୍ଷୀୟା ଚୁକ୍ତିନାମା ସ୍ବାକ୍ଷର କରିଥିଲି । ଏହାବ୍ୟତୀତ ସଂସ୍ଥା ସହ ଅନ୍ୟ କିଛି ସମ୍ପର୍କ ନାହିଁ ।

ସୂଚନାଯୋଗ୍ୟ, ଷ୍ଟାର କନ୍‌ସଲଟାନ୍ସି ସଂସ୍ଥା ଓଡ଼ିଶାରୁ ୪୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସଂସ୍ଥାର ଏମ୍‌ଡି ତ୍ରିବେଣୀ ମହାନ୍ତି ପୂର୍ବରୁ ୨ଥର ଗିରଫ ହୋଇଥିଲେ । ସେ ୨୦୧୧ରୁ ଫେରାର ଅଛନ୍ତି ।

Leave A Reply

Your email address will not be published.