ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଗଙ୍ଗୋତ୍ରୀନଗର ସ୍ଥିତ ବାସଭବନକୁ ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ ଫୋରମ (ଓପାଫ) ସଦସ୍ୟ ମାନେ ଘେରାଉ କରିଛନ୍ତି।
ସୂଚନା ଅନୁସାରେ ଘରୋଇ ସ୍କୁଲଗୁଡ଼ିକରେ ଫି ବୃଦ୍ଧି ଓ ଟଙ୍କା ଦେଇ ନପାରିବାରୁ ପିଲାମାନଙ୍କୁ ସ୍କୁଲରୁ କାଢ଼ି ଦିଆଯିବା ଘଟଣାକୁ ନେଇ ଓପାଫ ସଦସ୍ୟମାନେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନକୁ ଘେରାଉ କରିଛନ୍ତି। ଏଥି ସହିତ ସଦସ୍ୟମାନେ ଏହି ସ୍କୁଲ ମାନଙ୍କରେ ମନ୍ତ୍ରୀ ଦାଶ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ଗତ ୯ ମାସ ହେବ ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି। ଫଳରେ ପିଲାମାନଙ୍କ ପାଠ ପଢ଼ାରେ ବହୁ ଅବହେଳା ହୋଇଛି। ଅନ୍ୟପଟେ ଅନଲାଇନ କ୍ଲାସ ଚାଲୁ ରହିଥିଲେ ମଧ୍ୟ ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ ହେଉନାହିଁ। ସେହିପରି ଲକଡାଉନ ଓ ସଟଡାଉନ ମଧ୍ୟରେ ବହୁ ଲୋକ ବେଉସା ହରାଇ ଘରେ ବସିରହିଛନ୍ତି। ଫଳରେ ଆର୍ଥିକ ଅଭାବ ସୃଷ୍ଟି ହୋଇଛି। ଏହି ମଧ୍ୟରେ ପିଲାମାନଙ୍କ ସ୍କୁଲ ଫି ପୈଠ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଫିରେ ବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ ପରିଲକ୍ଷିତ ହେଉଛି। ଅପରପକ୍ଷରେ ପିଲାମାନଙ୍କ ଫି ଯଦି ପୈଠ ନ ହେଉଛି ତା ହେଲେ ସେମାନଙ୍କୁ ସ୍କୁଲରୁ କାଢ଼ି ଦେବାକୁ କର୍ତ୍ତୃପକ୍ଷ ମାନେ ଧମକ ଦେଉଛନ୍ତି। ଏହାକୁ ନେଇ ଆଜି ଓପାଫ ସଦସ୍ୟମାନେ ପ୍ରତିବାଦ କରିଛନ୍ତି।

Leave A Reply

Your email address will not be published.