କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଯୁବ କଂଗ୍ରେସ ପକ୍ଷରୁ ଅଣ୍ଡା ମାଡ଼ ଚେତାବନୀ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କୁ ଚେତାବନୀ ।
“ଗଣମାଧ୍ୟମ ପ୍ରତିନିଧିଙ୍କୁ କରିଥିବା ଦୁର୍ବ୍ୟବହାର ପାଇଁ ଭୁଲ ମଗାନ୍ତୁ ନହେଲେ ଆଗାମୀ ଦିନରେ ତାଙ୍କ ଘରେ ପଶି ଅଣ୍ଡା ମାଡ଼ କରିବୁ ।”

ସୂଚନା ଅନୁଯାୟୀ, ହକି ଉଦଘାଟନୀ ମ୍ୟାଚ ଟିକେଟ ବିକ୍ରିରେ ବ୍ୟାପକ ଅନିୟମିତତା ଓ ଗତକାଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କରିଥିବା ଦୁର୍ବ୍ୟବହାର କୁ କେନ୍ଦ୍ରକରି ଆଜି ଭୁବନେଶ୍ୱରର ରୁପାଲି ଛକରୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ବାହାରି ଏକ ବିଶାଳ ଶୋଭାଯାତ୍ରାରେ ବିଶାଲ ଦେବାଙ୍କ କ୍ୱାର୍ଟର୍ସ ଘେରାଉ କରିବା ପାଇଁ ଯାଉଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ପୋଲିସ ସେମାନଙ୍କୁ ଅବରୋଧ କରିଥିଲେ ଫଳରେ ପୋଲିସ, ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

Leave A Reply

Your email address will not be published.