ନିର୍ବାଚନୀ ପ୍ରଚାର ଆରମ୍ଭରୁ ଆଳିରେ ଭାଙ୍ଗିଲା ମଞ୍ଚ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଲୋକସଭା ଓ ବିଧାନସଭା ଆସନରେ ଆଗାମୀ ୨୯ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ଆଳି ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରଚାର ଆରମ୍ଭ କରିଛି । ଏହି ଅବସରରେ ଜୁଆଣିଆଠାରେ ଦଳ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା । ସଭା ଆରମ୍ଭର ମାତ୍ର କିଛି କ୍ଷଣ ମଧ୍ୟରେ ମଞ୍ଚ ଭୁଶୁଡ଼ି ଯାଇଥିଲା । ଏହାକୁ ନେଇ ଦଳୀୟ ନେତୃବୃନ୍ଦ ଅସନ୍ତୋଷ ବ୍ୟକ୍ତ କରିଥିଲେ ହେଁ ପୁନର୍ବାର ସେହି ଭଙ୍ଗା ମଞ୍ଚ ଉପରେ ସଭା କାର୍ଯ୍ୟ ଚାଲିଥିଲା ।

ଏହି ସମୟରେ ମଞ୍ଚ ଉପରେ କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି, ଆଳି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବ, ଆଳି ପଞ୍ଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ, ଯୁବନେତା ଭୀଷ୍ମ ମହାନ୍ତି, ୧ ନଂ. ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧନରଞ୍ଜନ ବୋଷ, ଜୁଆଣିଆ ସରପଞ୍ଚ ସ୍ବପ୍ନାରାଣୀ ନାୟକ ଏବଂ ସମିତିସଭ୍ୟ ସ୍ବର୍ଣ୍ଣଲତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଏଥିରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି । ପ୍ରଚାର ଆରମ୍ଭରୁ ଏଭଳି ଅଘଟଣ ବିଜେଡି ପାଇଁ ଅଶୁଭ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.