ରାଜଧାନୀରେ ହାତୀ ଆତଙ୍କ

0

(ଓଡିଶା ଫାଷ୍ଟ) ବ୍ୟୁରୋ: ଭୁବନେଶ୍ୱର ର ଘାଟିକିଆ ସ୍ଥିତ OUAT ର ଉଦ୍ୟାନ ଫାର୍ମ ରେ ଆଜି ସକାଳ ୮ ରେ ଦେଖିବାକୁ ମିଳିଥିଲା ଦନ୍ତା ହାତୀ । ପ୍ରଥମେ ପାଖରେ ଥିବା ଲୋକମାନେ ଦେଖିଥିଲେ ଓ ବନବିଭାଗ କୁ ଖବର ଦେଇଥିଲେ। ବନ ବିଭାଗର ଏକ ୧୨ ଜଣିଆ ଟିମ ସେ ହାତୀ ଉପରେ ନଜର ରଖିବା ସହିତ ସନ୍ଧ୍ୟାରେ ବାଣ ଫୁଟାଇ ଜଙ୍ଗଲକୁ ଘଉଡ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପୁରୁଷ ଦନ୍ତା ହାତୀ କୁ ବିଗତ ଚାରି ଦିନ ତଳେ ଭରତପୁରର ହାତୀ କରିଡର ପାଖରେ ଦେଖିବାକୁ ପାଇଥିଲେ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି। ଏହି ଘଟଣା ପରେ ପାଖରେ ଥିବା ଜନବସତିରେ ଆତଙ୍କ ଖେଳିଯାଇଛି। ପୂର୍ବରୁ ମଧ୍ୟ ଖାଦ୍ୟ ଆଶାରେ ଏହିପରି ହାତୀ ଆସନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

Leave A Reply

Your email address will not be published.