ମା’ ପାଖରୁ ଟେକିନେଇ ଦଳିଦେଲା ଦନ୍ତା ହାତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ୯ ବର୍ଷର ବାଳକ ମା’ ପାଖରେ ରାତିରେ ଶୋଇଥିବା ବେଳେ ଦନ୍ତା ହାତୀ ଟେକି ନେଇଥିଲା । ଏବଂ ତାକୁ ଦଳି ମାରିଦେଇଥିବା ଜଣା ପଡିଛି । ଏଥିସହ ହାତୀ ଘରେ ପଶି କାନ୍ଥ ଭାଙ୍ଗି ଦେବା ଯୋଗୁଁ ୨ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାଂଶପାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏଭଳି ଏକ ହୃଦୟବିଦରକ ଘଟଣା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଖୁଣ୍ଟାକଟା ଗ୍ରାମର ଦେଖିବାକୁ ମିଳିଛି ।

ଘଟଣା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଗାଁ ପାଖଆଖରେ ବୁଲୁଥିବା ଦେଖି ଲୋକମାନେ ବନ ବିଭାଗ କୁ ଖବର ଦେଇଥିଲେ। ତେବେ ବନ ବିଭାଗ ଅଧିକାରୀ ହାତୀକୁ ଘଉଡାଇବା ବେଳେ ହାତୀଟି ଗଣେଶ୍ୱର ପ୍ରଧାନଙ୍କ ଘର ଭିତରକୁ ପଶି ଯାଇଥିଲା ଓ ତାଙ୍କ ପୁଅ ଲିଟୁକୁ ଉଠାଇ ଆଣି ଘର ବାହାରେ କଚାଡ଼ି ମାରି ଦେଇଥିଲା । ଲିଟୁଙ୍କ ପାଖରେ ଶୋଇଥିବା ତାଙ୍କ ମା ଓ ୫ ମାସର ଭଉଣୀ ବର୍ତ୍ତି ଯାଇଥିଲେ । ମାତ୍ର ହାତୀଟି ଘରେ ପଶିବା ବେଳେ ଘରର କାନ୍ତ ଭାଙ୍ଗି ଯିବାରୁ ସେମାନେ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନେ ସୁସ୍ଥ ଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଲିଟୁଙ୍କ ମୃତଦେହ ରଖି ରାସ୍ତାରୋକୋ କରିିଛନ୍ତି । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସକାଶେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Sikshaya
Leave A Reply

Your email address will not be published.