ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ବିମାନର ଜରୁରୀ ଅବତରଣ । ମୁଖ୍ୟମନ୍ତ୍ରୀ ଆଜି ରାୟଗଡ଼ା ଗ୍ରସ୍ତ କରୁଥିବା ବେଳେ ଜୟପୁରର ଏୟାରଷ୍ଟ୍ରିପରେ ଜରୁରୀ ଅବତରଣ କରିଛି ।

ଖରାପ ପାଗ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ କରିଛି । ମୁଖ୍ୟମନ୍ତ୍ରୀ ଜୟପୁରରେ ବିଶ୍ରାମ ନେଉଛନ୍ତି । ସେ ହେଲିକପ୍ଟରକୁ ଅପେକ୍ଷା କରିଛନ୍ତି । ଲାଞ୍ଜିଗଡ଼ରୁ ହେଲିକପ୍ଟର ଆସିବା ପରେ ସେ ରାୟଗଡ଼ା ଯିବେ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଞ୍ଜିଗଡ଼ରେ ଓହ୍ଲାଇ ହେଲିକପ୍ଟରରେ ରାୟଗଡ଼ା ଯିବା କାର୍ଯ୍ୟକ୍ରମ ଥିଲା ।

Leave A Reply

Your email address will not be published.