ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମାନିଲେ ମନ୍ତ୍ରୀ ଡ଼ଙ୍ଗାର ଅବସ୍ଥା ଭଲ ନଥିଲା ଝଡ଼ ବି ଏକ କାରଣ । ଡ଼ଙ୍ଗାର ଅବସ୍ଥା ଯଦି ଭଲ ନଥିଲା ମାଲିକ ଯଦି ଦୋଷୀ ତାକୁ ସେଠି ଚଳାଚଳ ପାଇଁ ସୁଯଗ ଦେଇଥିବା ପ୍ରଶାସନ କଣ ପାଇଁ ଦୋଷୀ ନହେବ।
ନେଡିଗୁଡ କହୁଣୀ କୁ ବୋହିବା ପରେ ପରିବହନ ବିଭାଗର ଚେତା ପଶିଛି । ନିକଟରେ ୬ ଜୀବନ ହରାଇବା ପରେ ପବନକୁ ଦୋଷ ଦେଇଥିଲେ ସରକାର। ଏଥିପାଇଁ ଅନେକ ସମାଲୋଚିତ ହେବାପରେ ସବୁ ଡ଼ଙ୍ଗାରେ ଜିପିଏସ ଲଗାଯିବ ନିଷ୍ପତି ହୋଇଛି । ଏହା କହିଛନ୍ତି ପରିବହନ ମନ୍ତ୍ରୀ।
ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡଙ୍ଗାରେ ଜଣେ ଅନୁଧ୍ୟାନକାରୀ ରହିବେ । ଏହା ସହ ଲାଇଫ ଜ୍ୟାକେଟ ନ ପିନ୍ଧି ଯାତ୍ରୀଙ୍କୁ ବସିବାକୁ ଦିଆଯିବନାହିଁ । ନିୟମ ଉଂଲଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ନୃସିଂହ ସାହୁ କହିଛନ୍ତି । ଯଦି ଏତେ ସବୁ ନିଷ୍ପତ୍ତି ନେବାରଥିଲା ପବନର ଦୋଷ ଦେଇ ସରକାର ନିଜର ପରିହାସ କରୁଥିଲେ କାହିଁକି? ବୋଧହୁଏ ସରକାର ନିଜର ଦୋଷ ନିଜ ମୁଣ୍ଡକୁ ନେବାକୁ ତୟାର ନୁଁହନ୍ତି । ସେଥିପାଇଁ ହନୁମାନଙ୍କ ବାପା ପବନଦେଵ ଙ୍କୁ ଦୋଷ ଠେଲି ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଲେ ସରକାର। ଏବେ ଘଟଣା କୁ ଗୁରୁତର ସହ ନେଇ ଆଜି ସନ୍ଧ୍ୟା ୫ଟା ରେ ଚିଫ ସେକ୍ରେଟାରୀ ଙ୍କ ଅଧୀନରେ ଏକ ଜରୁରୀ ବ୍ୟଠକ ହେବାକୁ ଯାଉଛି । ଦେଖାଯାଉ ଡେରିରେ ହେଉପଛେ ସରକାର ଙ୍କ ନିଦ ଭାଙ୍ଗିଛି ଓ ଆଉ କଣ ନିଷ୍ପତ୍ତି ଆସୁଛି ।
