ଅଙ୍ଗନବାଡି କର୍ମୀଙ୍କ ଜବରଦଖଲ

0

ଜଗତସିଂହପୁର (ବ୍ୟୁରୋ): ସରକାରୀ ଜାଗାକୁ ମାଡି ବସିଛନ୍ତି ଅଙ୍ଗନବାଡି ମହିଳା କର୍ମୀ।ସରକାରୀ କାର୍ଯ୍ୟାଳୟ ପରିବେଷକୁ ନଷ୍ଠ କରୁଛନ୍ତି। ସ୍ଥାନୀୟ ପ୍ରସାଶନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି।

ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ସୋମାପୁର ପଞ୍ଚାୟତ ସରକାରୀ ଜାଗାକୁ ୧୦ବର୍ଷ ରୁ ଉର୍ଦ୍ଧ ହେବ ମାଡିବସିଛନ୍ତି ଅଙ୍ଗନବାଡି ମହିଳା କର୍ମୀ। ସୋମାପୁର ପଞ୍ଚାୟତ , ପଞ୍ଚାୟତ ଗୋଦାମ ଗୃହ , ସରକରୀ ହୋମିଓପାଥିକ୍ ସ୍ୱାସ୍ଥ୍ୟକେନ୍ଦ୍ର, ଆର.ଆଇ ଅଫିସ କାର୍ଯ୍ୟାଳୟ,ମହିଳା ସଂଘର କାର୍ଯ୍ୟାଳୟ, ଏବଂ ସରକାରୀ ବିଦ୍ୟାଳୟ ଅବସ୍ଥିତ ଥିବାବେଳେ ଅଙ୍ଗନବାଡି କର୍ମୀ କିପରି ସରକରୀ ଜାଗା ମିଡି ବସି ଘର,ଜାଳ ଘର,ଗାଇ ଗୁହାଳ, ଗୋବର ଖାତ,ପାଣି ପାଇପ ଓ ବିଭନ୍ନ ପ୍ରକାର ଅନୈତିକ କାର୍ଯ୍ୟା ଲିପ୍ତ ରହି ସରକାରୀ କାର୍ଯ୍ୟାଳୟ ପରିବେଷକୁ ନଷ୍ଠ କରୁଛନ୍ତି , ଆର.ଆଇ କାର୍ଯ୍ୟାଳୟ ସମ୍ମୁଖରେ ଆଳିଆ ଜମା ହେଉଛି, ସଂଧ୍ୟା ସମୟରେ ସେଠାରେ ନିଶାଡୀ ମାନେ ମଦ୍ୟପାନକରି ବିଦ୍ୟାଳୟ , ସ୍ବାସ୍ଥ୍ୟକେନ୍ଦ୍ର, ଆର.ଆଇ ଅଫିସ,ପଞ୍ଚାୟତ କାର୍ଯ୍ୟାଳୟ , ମହିଳା କାର୍ଯ୍ୟାଳୟ ପରିଷରରେ ମଦବୋତଲ ଗଦା ହେଊଛି ।ସେଠାରେ ଅସଭ୍ୟ ବ୍ୟକ୍ତି ନିଶାଖାଇ ଅଶ୍ଳିଳ ଭାଷା ପ୍ରୟୋଗକରି ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ, ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗି ପଞ୍ଚାୟତ ଓ ଆର.ଆଇ ଅଫିସକୁ ବିଭିନ୍ନ କାର୍ଯ୍ୟାରେ ଆସୁଥିବା ସାଧାରଣ ଲୋକଙ୍କୁ ଗାଳି କରୁଛନ୍ତି ।

ସ୍ଥାନୀୟ ୱାଡମେମ୍ବର,ପଞ୍ଚାୟତର ମୁଖ୍ୟମାନେ ଏବିଷୟରେ ଏବଂ ଅଙ୍ଗନୱଡିକୁ ଆସୁଥିବା ମହିଳା ଓ ଶିଶୁ ମାନକ ପାଇଁ ଖାଦ୍ୟ ସଠିକ ଭାବେ ଦିଆଯାଉଛି କି ନାହିଁ ଅଙ୍ଗନବାଡି ମହିଳା କର୍ମୀ ଙ୍କୁ ପଚାରୀବାରୁ ସେ ସେମାନକୁ ଅଶ୍ଳିଳ ଭାଷାରେ ଗାଳିକରିବା ସହିତ ସେମାନ ଙ୍କ ନାମରେ ର୍ଧଷଣ ଜନିତ ଅପରାଧ ମାମଲାରେ ଫସେଇ ଦେବି ଧମକ ଦେଊଛନ୍ତି । କିଛିଦିନ ପୁର୍ବରୁ ମହିଳା ସଂଘର ମହିଳା ମାନକୁ ଅଶ୍ଳିଳ ଭାଷାରେ ଗାଳିକରି ମାଡ ମାରିଥିଲେ ଥାନାରେ ଏଫ୍.ଆଇ.ଆର ଦିଆଯାଇଥିଲା । ସରକରୀ ଜାଗାକୁ ନେଇ ଏ.ଡି.ଏମ୍ ଓ ତହସିଲଦାର ଙ୍କୁ ସୋମାପୁର ପଞ୍ଚାୟତବାସୀ ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି।ଯଦି ପ୍ରସାଶନ ଏ ବିଷୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ ଜିଲ୍ଲପାଳ ଓ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଧରଣାରେ ବସିବେ ବୋଲି ପଞ୍ଚାୟତବାସୀ ଗଣମାଧ୍ୟମରେ କହିଛନ୍ତି ।

Leave A Reply

Your email address will not be published.