ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଆଜି ଏନକାଉଣ୍ଟର କରାଯାଇଛି । ଏସଟିଏଫ ଡିଆଇଜି ହିମାଂଶୁ ଲାଲ ଙ୍କ ନେତୃତ୍ୱରେ ଏକ ଟିମ ଟିଟୋ ର ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟର ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ହୋଇଛି। ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଛି। ଟିଟୋ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।

ସୂଚନା ଅନୁଯାୟୀ, ଆଜି ଏସ ଟିଏଫ ଟିମ କେନ୍ଦ୍ରାପଡ଼ା ଦିଲାରପୁର ଘରୁ ଟିଟୋକୁ ଉଠାଇଥିଲେ। ତାକୁ ଭୁବନେଶ୍ୱର ଆଣୁଥିବା ବେଳେ ସେ ଚଣ୍ଡିଖୋଲ ନିକଟରେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ତାକୁ ପିଛା କରିବାରୁ, ସେ ପୋଲିସ କୁ ଠେଲା ମାଡ଼ କରିଥିଲା। ପୋଲିସ ତାକୁ କାବୁ କରିବାକୁ ଗୁଳି ଚାଳନା କରିଥିଲା। ଫଳରେ ସେ ଆହତ ହୋଇଥିଲା । କେନ୍ଦ୍ରାପଡା ରେ ରହି ଗ୍ୟାଙ୍ଗଷ୍ଟର ଟିଟୋ ହତ୍ୟା, ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ , ଜମି ଜବରଦଖଲ, ଅପହରଣ ପରି ଅନେକ ଅପରାଧିକ କାର୍ଯ୍ୟରେ ନିଓଜିତ ଥିଲା। ତାହାର ଏହି ଅପରାଧିକ କାର୍ଯ୍ୟ ଉପରେ ସ୍ପେଶାଲ ଟାସ୍କଫୋର୍ସ ନଜର ରଖିଥିଲା। କିଛି ଦକ୍ଷ ପୋଲିସ ଅଫିସର ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

Leave A Reply

Your email address will not be published.