ଇଞ୍ଜିନ ଛାଡିଦେଲା ଡବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଷ୍ଟେସନରେ। ପୁଣି ଥରେ ବଗି କୁ ଛାଡି ଚାଲିଯାଇଥିଲା ଇଞ୍ଜିନ। ଆଜି ସକାଳ ୮ଟା ରେ ପୁରୀ-କଟକ ପାସେଞ୍ଜର ଟ୍ରେନ୍‌ ପୁରୀ ଷ୍ଟେସନ ଛାଡିଥିଲା। ଟ୍ରେନ ଟି ୫ କିଲୋମିଟର ଅତିକ୍ରମ କଲାପରେ ଜଣାପଡିଲା ଯେ ଷ୍ଟେସନ ରେ ତିନିଟି ଡ଼ଵା ରହିଯାଇଛି। ଏହାପରେ ଟ୍ରେନ ଟି ପଛକୁ ଫେରିଥିଲା। ଡ଼ଵା ଗୁଡିକ ଟ୍ରେନ ସହ ପୁଣିଥରେ ସଂଯୋଗ କଲାପରେ ଟ୍ରେନ ଟି ତା ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ଏହାକୁ ନେଇ ଯାତ୍ରୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଇଞ୍ଜିନ୍ ବଗିକୁ ଛାଡି ଯିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଗତ ଏପ୍ରିଲ ୭ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍‌ ଇଞ୍ଜିନ ଛାଡ଼ି ବଗି ୧୫ କିଲୋମିଟର ଗଡ଼ିଯାଇଥିଲା। ପରେ ଟ୍ରେନ ଟି ଫେରିବା ପରେ ବଗି କୁ ପୁଣି ସଂଯୋଗ କରାଯାଇଥିଲା।

Leave A Reply

Your email address will not be published.