ସହିଦଙ୍କ ପାଇଁ ଶୋକକୁଳ ଜନ୍ମମାଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସହିଦ ଯବାନଙ୍କ ମରଶରୀର ଜନ୍ମମାଟିକୁ ଫେରିବା ପରେ ରାୟଗଡା ଆମ୍ବଦଳା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପରିବାର ଲୋକ ନିଜ ପୁଅ କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଆଜି ପଦ୍ମପୁର ଥାନା ତରଫରୁ ଆଇଆଇସି ଙ୍କ ନେତୃତ୍ୱରେ ସହୀଦ ଯବାନ ସଞ୍ଜୟ ମାଝୀ ଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟ ରେ ଏକ କ୍ୟାଣ୍ଡେଲ ଶୋଭା ଯାତ୍ରା ଅନୁଷ୍ଠିତ ହଇଯାଇଛି । ତ୍ରିବେଣି କଲେଜ ଏବଂ ବିଜୟା ନନ୍ଦ ଉଚ୍ଚ ବିଦ୍ୟାଳୟ ର ଛାତ୍ର ତଥା ପଦ୍ମପୁର ଜନ ସାଧାରଣ ଶୋଭା ଯାତ୍ରା ରେ ସାମିଲ ହୋଇଥିଲେ।

ସେହିପରି ଜିଲା ମୁଖ୍ୟାଳୟ ରାୟଗଡ଼ା ରେ ମଧ୍ୟ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା ।

ଘଟଣା କ୍ରମେ

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ନିୟମଗିରିର ସକଟା ଗାଁ ନିକଟରେ ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଭିଏଫ୍ ଯବାନ ସଂଜୟ ମାଝି ସହିଦ ହୋଇଛନ୍ତି। ଡିଭିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡିଭିଏଫ୍ ଯବାନ ସଂଜୟ ମାଝି ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.