ଏସପ୍ଲାନେଡ ମଲ ବିରୋଧରେ ହାଇକୋର୍ଟ ଯିବ ବିଡ଼ିଏ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଏସପ୍ଲାନେଡ ମଲ ପାଇଁ ଏବେ ଅଡୁଆ ସୃଷ୍ଟି ହୋଇଛି।   ପାର୍କିଂ ଫି ଆଦାୟ ନେଇ ବିଡ଼ିଏ ଓ ବିଏମସି ପକ୍ଷରୁ ଜାରି ହୋଇଥିବା ନୋଟିସକୁ ଚାଲେଞ୍ଜ କରି ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଛନ୍ତି ମଲ୍ କର୍ତ୍ତୃପକ୍ଷ । ଏହା ବିରୋଧରେ ହାଇକୋର୍ଟ ଯିବ ବିଡ଼ିଏ । କିନ୍ତୁ ଗତ କିଛିଦିନ ଧରି ଲଗାତାର ଭାବେ ଛୁଟି ଥିବାରୁ ଅର୍ଡର କପି ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ହସ୍ତଗତ ହୋଇନାହିଁ । ଅର୍ଡର କପି ଆସିଲେ ଅନୁଧ୍ୟାନ କରାଯାଇ ଷ୍ଟେ ଅର୍ଡର ଉପରେ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ବିଡ଼ିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ।

ଅନ୍ୟପକ୍ଷରେ ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରା ପର୍ସନ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏପରିକି ମଲର କର୍ମଚାରୀ ସେମାନଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ରଖିଥିବା ମଧ୍ୟ କହିଥିଲେ ସାମ୍ବାଦିକା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଏହି ଘଟଣା ପ୍ରତିବାଦରେ ମଲ ଆଗରେ ସାମ୍ବାଦିକମାନେ ଗତ କାଲି ସକାଳୁ ଧାରଣା ଦେବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.