ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ମିଳିବ ଅଣ୍ଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧ୍ୟାହ୍ନ ଭୋଜନରେ ଭାତ ସହିତ ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ଖାଇବାକୁ ମିଳିବ । ଆଜି କେନ୍ଦୁଝରରେ ଗଣଶିକ୍ଷା ମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । କେବଳ ସେତିକିନୁହେଁ ପିଲାଙ୍କ ସହ ବସି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଜିଲ୍ଲାପାଳ ଆଶିଷ ଠାକରେ, ସଦର ଓ ପାଟଣା ବିଧାୟକ ଏହି ଖାଦ୍ୟ ଖାଇଛନ୍ତି ।

ଏହି ଯୋଜନା କୁ ‘ପୋଷଣ ଯୋଜନା’ ନାମରେ ନାମିତ କରାଯାଇଛି । କେନ୍ଦୁଝର ଜିଲ୍ଲାର ଖଣିଜ ପାଣ୍ଠିରୁ ବାର୍ଷିକ ୧୫ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ୨୮୭୦ ବିଦ୍ୟାଳୟର ୨ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ପ୍ରତିଦିନ ଖାଇବାକୁ ଅଣ୍ଡା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁସ୍ଥ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଦିଆଯିବାର ମଧ୍ୟ ଯୋଜନା କରାଯାଇଛି ।

Leave A Reply

Your email address will not be published.