୧୧ ଜିଲ୍ଲାରେ ପ୍ରତି ଶନିବାର ଏବଂ ରବିବାର ସଟ୍‌ଡାଉନ୍‌:

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ । ଏହା ଅନୁସାରେ ଅଧିକ କରୋନା ସଂକ୍ରମିତ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା ହୋଇଛି ।
ରିପୋର୍ଟ ଅନୁସାରେ, କେନ୍ଦ୍ରର ସରକାରଙ୍କ ତରଫରୁ ଲାଗୁ ହୋଇଥିବା ଅନ୍‌ଲକ୍‌-୧ ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗାଇଡ୍‌ଲାଇନ୍‌ ଅନୁସାରେ କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଥିବା ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ କରାଯିବ ।
ଏ ସଂକ୍ରାନ୍ତରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଉପରୋକ୍ତ ସୂଚନା ପ୍ରଦାନ କରିବା ସହିତ ଏହା ମଧ୍ୟ ଜଣାଇଥିଲେ ଯେ, ସଟ୍‌ଡାଉନ୍‌ ସମୟରେ ଜରୁରୀ ସେବାକୁ ଛାଡିଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ ।

Leave A Reply

Your email address will not be published.