ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜଳବନ୍ଦୀ ଅଞ୍ଚଳ ବୁଲି ଦେଖିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା

ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଭାଇଲିପୁର ପଞ୍ଚାୟତ ଗସ୍ତକରି ଅନ୍ତିକେରା, ରୁଆ, ଆରିହଁ, ଆରଳ ଓ ନୁଆପାଟଣା ମୈାଜା ର ଚାଷୀଙ୍କ ସହିତ ଜଳବନ୍ଦୀ ହୋଇଥିବା ଅଞ୍ଚଳର ଚାଷ କ୍ଷୟକ୍ଷତି ଆକଳନ ଏବଂ ମୈାଜାରୁ ବନ୍ୟା ଜଳନିଷ୍କାସନ ପାଇଁ ଜଳସମ୍ପଦ ବିଭାଗର ଅଧିକାରୀଙ୍କ ଆଲୋଚନା କରିଛନ୍ତି । ଏହା ସହିତ ଭାଇଲିପୁର ପଞ୍ଚାୟତ ଓ ଗୈାଉଡକେରା ପଞ୍ଚାୟତର ଜଳବନ୍ଦୀ ହୋଇଥିବା ୧୨ଟି ଗାଁରୁ ବନ୍ୟା ଜଳନିଷ୍କାସନ ପାଇଁ ବେଦରପଡ଼ା ଠାରେ ଉପସ୍ଥିତ ଥିବା ଜଳସମ୍ପଦ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହା ପରେ ବ୍ରହ୍ମଗିରି ବ୍ଲକ କାଣ୍ଡଗୋଦା ପଞ୍ଚାୟତ ଗସ୍ତକରି ଗୋବିନ୍ଦପୁର ମୈାଜା, କାଣ୍ଡଗୋଦା ମୈାଜା, ଲୁଣା ବାମପଟ ବନ୍ଧ ଜାଣ ମୁହଁ ଶଙ୍ଖ, ମାର୍କଣ୍ଡ ପଡ଼ା ଠାରୁ ମାଝୀପଡ଼ା ବନ୍ଧର ବନ୍ୟା ଜଳନିଷ୍କାସନ ନହେବା ପର୍ଯ୍ୟନ୍ତ ବନ୍ଧର ସୁରକ୍ଷା, କରମଳା ବ୍ରିଜ ଠାରେ ଲାଗିରହିଥିବା ଦଳକୁ ସଫା କରିବା ପାଇଁ ଡ୍ରେନେଜ୍ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା, ରତ୍ନଚିରା ନଦୀକୁ ସଂଯୋଗ କରୁଥିବା ଘଟକୂଦି ପଞ୍ଚାୟତର ଭାଙ୍ଗି ଯାଇଥିବା ଗୈାଉଡ ରଣପଡ଼ା ଶଙ୍ଖ ମରାମତି, ଚାଇଗିଣିଆ ଶଙ୍ଖ ମରାମତି ଏବଂ କୃଷ୍ଣସରଣପୁର ସାତକେରା ରୁ ପୁରିସଦର ବ୍ଲକ କହ୍ନେଇବିଦ୍ୟାଧର ପୁର ପଞ୍ଚାୟତକୁ ସଂଯୋଗ କରୁଥିବା ଖମାର ବ୍ରିଜ ଠାରେ ବନ୍ୟା ଜଳନିଷ୍କାସନ ପାଇଁ ଉପସ୍ଥିତ ଥିବା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ ହୋତା ଓ କାଳୁ ଚରଣ ପଲାଇଙ୍କୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । ଏହି ଗସ୍ତ ସମୟରେ ପୁରୀ ସଦର ବ୍ଲକ ଭାଇଲିପୁର ପଞ୍ଚାୟତ ସମିତି ସଭ୍ୟ କାର୍ତ୍ତବିଯ୍ୟ ସ୍ଵାଇଁ, ଗୈାଉଡକେରା ପଞ୍ଚାୟତର ସରପଞ୍ଚ ରମେଶ ପ୍ରଧାନ, ଘଟକୂଦି ପଞ୍ଚାୟତ ସରପଞ୍ଚ ଆଲୋକ କୁମାର ବିଶ୍ବାଳ ସମିତି ସଭ୍ୟ ରାଜା ଭଟ୍ଟ ଉପସ୍ଥିତ ଥିଲେ ।