ଜେଲ ଗଲେ ରଙ୍ଗିଲା ବିଧାୟକ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ ଫୁଲବଣୀର ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁର । ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ରୁ ଗିରଫ ହୋଇଛନ୍ତି ଦେବେନ୍ଦ୍ର । ସେପ୍ଟେମ୍ବର ୩ ରେ ତାଙ୍କ ନାମରେ ଏକ ମାମଲା ରଜୁ ହୋଇଥିଲା । ସେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ସହ ତାଙ୍କ ଘରେ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଦେବେନ୍ଦ୍ରଙ୍କ ଏକ ସେକ୍ସ ଭିଡ଼ିଓ ମଧ୍ୟ ଭାଇରଲ ହୋଇଥିଲା ।

ସୂଚନା ଅନୁଯାୟୀ, ଫୁଲବଣୀର ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁରଙ୍କ ନାଁରେ ସେପ୍ଟେମ୍ବର ୩ରେ ଏକ ମାମଲା ରଜୁ ହୋଇଥିଲା । ପୂର୍ବରୁ ବିବାହିତ ଦେବେନ୍ଦ୍ରଙ୍କ ଅନେକ ଯୁବତୀଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖିଥିଲେ । ଦେବେନ୍ଦ୍ରଙ୍କ ଏକ ସେକ୍ସ ଭିଡ଼ିଓ ଭାଇରଲ ହେବାପରେ ସେ ଉତ୍ୟକ୍ତ ହୋଇ ଗୋଡପଡାର ଜଣେ ଯୁବତୀଙ୍କ ଘରେ ପଶି ମାଡ଼ ମାରିଥିବା ଗତ ସେପ୍ଟେମ୍ବର ୩ ରେ ସଦର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଦେବେନ୍ଦ୍ର କହଁରଙ୍କ ନାଁରେ ବିଭିନ୍ନ ସଙ୍ଗିନ ଦଫା ଲଗାଇଛି । ଘଟଣାର ପ୍ରାୟ ୧ ମାସ ପରେ ଦେବେନ୍ଦ୍ରଙ୍କୁ ଆଜି ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ରୁ ଗିରଫ କରାଯାଇଛି । ତାଙ୍କୁ ଫୁଲବଣୀ ଏସ.ଡ଼ି.ଯେ.ଏମ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହଜାତ ଗଲେ ବିଧାୟକ ।

ଏହି ଘଟଣା ପରେ ବିଜେପି ମହିଳା ନେତ୍ରୀ ମନେ ଏବଂ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଦେବେନ୍ଦ୍ରଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓଲ୍ହାଇ ଥିଲେ ।

ଏହି ଘଟଣାରେ ଦେବେନ୍ଦ୍ର କହିଛନ୍ତି, ‘ସେ ତାଙ୍କ ଘରେ ଥିଲେ । ସେ କୌଣସି ସ୍ଥାନକୁ ଯାଇ ନଥିଲେ । ପୋଲିସ କାହିଁକି ତାଙ୍କୁ ଗିରଫ କରିନଥିଲା ସେ ଜାଣିନାହାନ୍ତି । ସେ ନିଜେ ଆତ୍ମସମର୍ପଣ କରିଛନ୍ତି ‘। ଅପରପକ୍ଷରେ ପୂର୍ବରୁ ପୋଲିସ କହୁଥିଲା ଦେବେନ୍ଦ୍ରଙ୍କ କୌଣସି ଖବର ମିଳିପାରିନାହିଁ । ସେମାନେ ଅନେକ ସ୍ଥାନରେ ରେଡ଼ କରିଥିଲେ ମଧ୍ୟ ଦେବେନ୍ଦ୍ରଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଥିଲା ।

Leave A Reply

Your email address will not be published.