ପରିଣତ ବୟସରେ ପି.ଏଚ.ଡ଼ି କରୁଛନ୍ତି ପୂର୍ବତନ ବିଧାୟକ ତଥା ସାଂସଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ବ୍ୟକ୍ତିଙ୍କର ପରିଣତ ବୟସରେ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ନିଶା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁଯାୟୀ ପାଲଲହଡାର ୨ଥର ବିଧାୟକ ଏବଂ ଦେବଗଡ଼ର ସାଂସଦ ନାରାୟଣ ସାହୁ ଏବେ ଉତ୍କଳ ବିଶ୍ଵବିଦ୍ୟାଳୟର ପି.ଏଚ.ଡ଼ି ର ଛାତ୍ର । ସେ ରାଜନୀତି ର କଳୁଷତା ମଧ୍ୟରେ ନିଜକୁ ସାମିଲ କରିନପାରି ଶେଷରେ ରାଜନୀତି ଛାଡି ପରିଣତ ବୟସରେ ଛାତ୍ର ଜୀବନ କଟାଉଛନ୍ତି ।

ସୂଚନା ଅନୁଯାୟୀ, ସେ ୧୯୬୩ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତି ରେ ସ୍ନାତକ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ ପାଲଲହଡା ରି ୨ଥର ଏବଂ ୧୯୮୦ରେ ଦେବଗଡ଼ ସାଂସଦ ରୁପେ ନିର୍ବାଚିତ ହୋଇଥିଲେ । ରାଜନୀତି ରୁ ଆଦର୍ଶ ଦୁରେଇଯିବା ଦେଖି ସେ ରାଜନୀତି ଛାଡିଥିଲେ । ଶ୍ରୀ ନାରାୟଣ ସୂଚନା ଦେବାକୁ ଯାଇ କହିଛନ୍ତି ସେ ସବୁଠୁ ବେଶୀ ଖୁସି ହୋଇ ଥିଲେ ଯେଉଁ ଦିନ ସେ ବାଣୀବିହାର ରେ ଏଡମିସନ କରିଥିଲେ । ତାଙ୍କ ବୟସ ଏବେ ୮୦ । ପାଠ ପଢା ଶେଷର ଦୀର୍ଘ ୪୬ବର୍ଷ ପରେ ସେ ପୁଣି ୨୦୦୯ରୁ ୨୦୧୧ ର ରେ ସ୍ନାତକୋତ୍ତର , ୨୦୧୨ରେ ଏ. ମ୍ଫି.ଲ କରିଥିଲା ବେଳେ ଏବେ ବାଣୀବିହାର ରେ ନାରାୟଣ ସାହୁ ପି.ଏଚ.ଡ଼ି କରୁଛନ୍ତି । ସେ ବାଣୀବିହାର ର ନୀଳକଣ୍ଠ ହଷ୍ଟେଲ ର ୨୪ନମ୍ବର ରୁମରେ ଅନ୍ୟ ଛାତ୍ର ମାନଙ୍କ ସହିତ ରହୁଥିବା ବେଳେ ତାଙ୍କ ମେଳାପୀ ଗୁଣ ତାଙ୍କୁ ଅନ୍ୟ ମାନଙ୍କ ଠାରେ ପରିଚିତ କରାଇଛି । ତାଙ୍କର ଏଭଳି ପରିଣତ ବୟସରେ ପାଠ ପଢିବାର ନିଶା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ସେ ସମାଜ ପାଇଁ ଏକ ଆଦର୍ଶ ହୋଇ ଠିଆ ହୋଇଛନ୍ତି ।

Leave A Reply

Your email address will not be published.