ଏଣିକି ବୟାନ ବଦଳେଇ ପାରିବେନି ଅପରାଧୀ

0

ଓଡିଶା ଫାଷ୍ଟ(ବ୍ୟୁରୋ):ବୟାନ ରେକର୍ଡ଼ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ଅଭିଯୁକ୍ତଙ୍କ ଅଡିଓ ଓ ଭିଡ଼ିଓ ବୟାନ୍‌ ରେକର୍ଡ଼ କରିବାକୁ ଦ୍ୱୈତ ନଗରୀର ସମସ୍ତ ଥାନାରେ ଏକ୍ସଜାମିନେସନ ସେଲ ଖୋଲାଯିବ। ଆଉ ବାରମ୍ୱାର ବୟାନ ରେକର୍ଡ଼ କରିବାକୁ ଅଭିଯୁକ୍ତଙ୍କୁ ଡକାଯିବ ନାହିଁ। ଆଜି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏହି ସେଲ୍‌ ଉଦ୍‌ଘାଟନ କରିଛନ୍ତି ପୋଲିସ କମିଶନର ୱାଇବି ଖୁରାନିଆ।

ଖୁରାନିଆ କହିଛନ୍ତି ଏକ୍ସଜାମିନେସନ ସେଲ ରେ ୩ଟି କକ୍ଷ ରହିବ। ପ୍ରଥମ କକ୍ଷରେ ଅଭିଯୁକ୍ତଙ୍କ ଓକିଲ କିମ୍ୱା ତାଙ୍କ ପରିବାର ଲୋକେ ବସି ପଚରାଉଚରା ନୀରିକ୍ଷଣ କରିପାରିବେ। ଦ୍ୱିତୀୟ କକ୍ଷରେ ଅଭିଯୁକ୍ତଙ୍କ ବୟାନ ରେକର୍ଡ଼ କରାଯିବ। ତୃତୀୟ କକ୍ଷରେ ଅଡ଼ିଓ ଓ ଭିଡିଓର ରେକର୍ଡ଼ ରହିବ।

କିଛି ବର୍ଷ ତଳେ ସିଆର୍‌ପିସି ଓ ଆଇପିସିରେ ଆମେଣ୍ଡମେଣ୍ଟ ହୋଇଥିଲା। ସେଥିରେ ପ୍ରଥମ ଥର ପାଇଁ ଅଡିଓ ଓ ଭିଡ଼ିଓ ରେକଡ଼ିଂ କରିବାକୁ କୁହାଯାଇଥିଲା। ମାତ୍ର ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାପିଟାଲ ଥାନାରେ ଆଜି ଏକ୍ସଜାମିନେସନ ସେଲ ଉଦ୍‌ଘାଟିତ ହୋଇଛି।

ପରେ ଦ୍ୱୈତନଗରୀରେ ସମସ୍ତ ଥାନାରେ ଏକ୍ସଜାମିନେସନ ସେଲ ଖୋଲାଯିବ। ଅଳ୍ପ ଦିନ ଭିତରେ କଟକରେ ମଧ୍ୟ ଏହି ସେଲ ଖୋଲାଯିବ।

Leave A Reply

Your email address will not be published.