IPS ସ୍ତରରେ ଅଦଳବଦଳ ; ଜାଣନ୍ତୁ କିଏ ହେଲେ ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସପି

0

IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ବଦଳିଛନ୍ତି ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସପି । କ୍ରାଇମ୍ ଡିସିପି ପ୍ରମୋଦ ରଥ ହେଲେ ଦେବଗଡ଼ ଏସପି । ଚିତ୍ତ ରଞ୍ଜନ ସାମନ୍ତ ହେଲେ ଭୁବନେଶ୍ବରର କମ୍ପ୍ୟୁଟର ଏସପି । ସେହିଭଳି ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

କିଶୋର କୁମାର ପାଣିଗ୍ରାହୀ STF ଏସପି ଦାୟିତ୍ବ ନେବେ । ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଦାୟିତ୍ବରେ ନିଯୁକ୍ତ କରାଯାଇଛି ।

ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର କ୍ରାଇମ ଡିସିପି ଭାବେ ନିଯୁକ୍ତି ମିଳିଛି। ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସ୍‌ପି ଦାୟିତ୍ବ ମିଳିଛି।

SOA post below
Leave a comment