ମୃତଦେହରୁ ଆଖି, କାନ ଗାୟବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀରେ ଶୁକ୍ରବାର ଦିନ ଏକ ବୁଦା ମୂଳରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଏହାକୁ ନେଇ ସେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ପ୍ରହଲ୍ଲାଦପୁର ଅଞ୍ଚଳରେ ଏକ ବୁଦା ମୂଳରୁ ପୁନିତ୍ ନାମକ ୨୪ ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି । ପୁନିତ୍ ଙ୍କ ଘର ସଂଗମ ବିହାର ଅଞ୍ଚଳରେ । ସବୁଠାରୁ ବଡ଼କଥା ହେଲା ପୁନିତ୍ ର ମୃତଦେହରେ ଆଖି ଓ କାନ ନଥିବା ଦେଖିବାକୁ ମିଳିଥିଲା । ଏହା କିଏ କରିଛି ନା କୌଣସି ଜୀବଜନ୍ତୁ ତାଙ୍କ ମୃତ୍ୟୁ ପରେ ପରି କରିଛନ୍ତି ତାହା ଜଣା ପଡ଼ିନାହିଁ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି । ଶବର ଏପରି ଅବସ୍ଥା ଦେଖି ସେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.