ମାସ୍କ ଓ ସାନିଟାଇଜର କଳାବଜାରୀ ବନ୍ଦ ପାଇଁ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କ ତାଗିଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ଦେଶରେ କରୋନା ଆତଙ୍କ ପାଇଁ ମାକ୍ସ ଓ ସାନିଟାଇଜରର ଚାହିଦା ଚଢା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ । କରୋନା ମୁକାବିଲା ପାଇଁ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ଯାଏଁ ସମସ୍ତେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

କରୋନାକୁ ଦୃଷ୍ଟିରେ ରଖି ବଜାରରେ ମାସ୍କର ଅଭାବ ଦେଖିବା ମିଳିଥିବା ବେଳେ ଅନେକ ସ୍ଥାନରେ ଚଢା ଦରରେ ବିକ୍ରି ହେଉଥି ମାସ୍କ ଏବଂ ସାନିଟାଇଜର । ତେବେ ଏସବୁ ସାମଗ୍ରୀ ଆବଶ୍ୟକତା ଥିବାରୁ ଅଧିକ ଦରରେ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି । ଲୋକଙ୍କ ଚାହିଦାକୁ ଦେଖି କଳାବଜାରୀ ଆରମ୍ଭ କରିଦେଇଛନ୍ତି କିଛି ଅସାଧୁ ବ୍ୟବସାୟୀ । ତେଣୁ ଲୋକଙ୍କ ଆବଶ୍ୟକତା ଆଉ କଳାବଜାରୀକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଲାସ ପାଶ୍ୱାନ ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶ୍ୱାନ କହିଛନ୍ତି ଯେ, ୨୦୦ ମିଲିଲିଟର ହ୍ୟାଣ୍ଡ ସାନିଟାଇଜରର ଦାମ ୧୦୦ ଟଙ୍କା ରଖାଯିବ । ଏହାର ଅଧିକ ଦାମରେ ବିକ୍ରି କରିପାରିବେନି ବ୍ୟବସାୟୀ । ସେହିପରି ୨ ଲେୟାର ବିଶିଷ୍ଟ ମାସ୍କର ଦାମ ୮ ଟଙ୍କା ଓ ୩ ଲେୟାର ବିଶିଷ୍ଟ ମାସ୍କର ଦାମ ୧୦ ଟଙ୍କା ରଖିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.