ନକଲି ସାର୍ଟିଫିକେଟ ମାମଲା; ତଦନ୍ତ ପାଇଁ ବଲାଙ୍ଗୀର ଯିବ କ୍ରାଇମବ୍ରାଞ୍ଚ ଟିମ୍

0

ନକଲି ସାର୍ଟିଫିକେଟ ମାମଲାରେ ତଦନ୍ତ କରିବା ପାଇଁ ବଲାଙ୍ଗୀର ଯିବ କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି ଡି.ବି. ଚକ୍ରଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଆସି ମାମଲାର ତଦନ୍ତ କରିବ । ଟିମ୍ ବଲାଙ୍ଗୀର ପୋଲିସଠାରୁ କାଗଜପତ୍ର ନେବ । ତାପରେ ନକଲି ସାର୍ଟିଫିକେଟ ତିଆରି ଚାଲିଥିବା କୋଚିଂ ସେଂଟରକୁ ଯାଇ ତଦନ୍ତ କରିବ ।

ଏଥିସହ ରାଜ୍ୟ ବାହାରକୁ ଯାଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରାରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମନକୁ ଆସିବାରେ ଲାଗିଛି ।

ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ ପରେ ଗତକାଲି କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମନାକୁ ଆସିଥିଲା । କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଛି । ନକଲି ସାର୍ଟିଫିକେଟ ଚେର ଜିଲ୍ଳାକୁ ଜିଲ୍ଲା ଲମ୍ବିଥିବାବେଳେ, ର୍ୟାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ର, ଓ ତାଙ୍କ ସହଯୋଗୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଏସବୁ ଭିତରେ ମନୋଜଙ୍କ ସହ ରାଜନୈତିକ ଦଳର ନେତାଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି ।

SOA post below
Leave a comment