“ଫେକ୍ ନ୍ୟୁଜ ଭାଇରାଲ କରୁଛନ୍ତି ଓଡିଶା ସରକାର” ଅଭିଯୋଗ ଆଣିଲା କଂଗ୍ରେସ

0

ଭୁବନେଶ୍ୱର (ବ୍ୟୁରୋ):ବିଭିନ୍ନ ଜାତୀୟ, ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି । ଏପରିକି ଭୁଲ୍ ତଥ୍ୟର ଫେକ୍ ନ୍ୟୁଜ୍କୁ ବିଜ୍ଞାପନ
ଜରିଆରେ ମୁଖ୍ୟମବୀ ନବୀନ ବାବୁ ଓ ରାଜ୍ୟ ସରକାର ଭାଇରାଲ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆକାଉଣ୍ଟାଟ ଜେନେରାଲ ବି. ବସନ୍ତିଆ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ କିଭଳି ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ବ୍ୟବହାର କରାଯାଇ ବିଜ୍ଞାପନ ଛପାଯାଉଛି ସେ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ।

ସୂଚନାଯୋଗ୍ୟ ଯେ ଏପ୍ରିଲ୍ ୨୦୧୪ ରୁ ସେପ୍ଟେମ୍ବର ୨୦୧୮ ବିଗତ ୪ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ (୧୯,୫୩,୩୬୩) ପକ୍କାଘର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି ।
ଖାଲି ସେତିକି ନୁହେଁ, ଏହି ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଜରିଆରେ କୁହାଯାଇଛି । ଯେ “ସମଗ୍ର ଦେଶରେ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାରେ ଓଡିଶା ଅଗ୍ରଣୀ । ଏହି ଖବର ଓ ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଏବଂ ଅତିରଞ୍ଜିତ ବୋଲି ଆକାଉଣ୍ଟାଟ ଜେନେରାଲ କହିଛନ୍ତି ।

ବାସ୍ତବରେ କେନ୍ଦ୍ର ଗ୍ରାମୀଣ ମବଣାଳୟର ୱେବସାଇଟ(AwaasSoft) ଦ୍ୱାରା ସରଜମିନ୍ ତର୍ଜମା ପରେ ଜଣାପଡିଛି ଯେ ମୋଟ୍ ମାତ୍ର ୧୧ ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଏ.ଜି.ଙ୍କ କାଗଜପତ୍ରର ପ୍ରମାଣ ଦିଆଯାଇଛି । ଅର୍ଥାତ୍ ବାହାବା ନେବା ପାଇଁ ନବୀନବାବୁ ୮ ଲକ୍ଷ ୪୪ ହଜାର ଭୂତଗୃହ ନିର୍ମାଣ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ଦାବି କରିଛି । ଏ.ଜି ତାଙ୍କ ଚିଠିରେ ଏକଥା ମଧ୍ୟ ଲେଖିଛନ୍ତି ଯେ ବାସ୍ତବରେ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଗୃହର ସଂଖ୍ୟା ମାତ୍ର ୪୫% ପ୍ରତିଶତ । ଅର୍ଥାତ୍ ବାସ୍ତବରେ ମାତ୍ର ୫ ଲକ୍ଷ ଗୃହ ରାଜ୍ୟ ନିର୍ମାଣ କରିଥିବା ବେଳେ ୧୯ ଲକ୍ଷ ୫୩ ହଜାର ଗୃହ ନିର୍ମାଣ କରିଛନ୍ତି ବୋଲି ମିଥ୍ୟା ବା ଫେକ୍ ନ୍ୟୁଜ୍କୁ ନବୀନ ବାବୁ ବିଭିନ୍ନ ଖବରକାଗଜ ମାଧ୍ୟମରେ ଭାଇରାଲ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି ।ତେଣୁ ନବୀନ ବାବୁ ଏ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ଓ ବିଜ୍ଞାପନ ଜରିଆରେ ତ୍ରୁଟି ସଂଶୋଧନ କରନ୍ତୁ ବୋଲି ମିଡ଼ିଆ ସେଲ ଅଧକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଦାବି କହିଛନ୍ତି ।

Leave A Reply

Your email address will not be published.