ପପୁ ପମପମଙ୍କ ମୃତ୍ୟୁ ମିଥ୍ୟା ଖବର ପ୍ରଚାରିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ସୋସିଆଲ ମିଡ଼ିଆରେ ଏକ ମିଥ୍ୟା ଖବର ପ୍ରସାରିତ ହୋଇଚାଲିଥିଲା । ସେ ଖବରଟି ହେଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହାସ୍ୟ ଅଭିନେତା ପପୁ ପମପମଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ପପୁଙ୍କ ପାଖରେ ପହଞ୍ଚିବା ପରେ ସେ ନିଜେ ଏକ ଭିଡ଼ିଓ ସୁଟ କରି ଛାଡିଥିଲେ । ସେଥିରେ ସେ କହିଥିଲେ
‘ମୁଁ ପପୁ ପମ୍ ପମ୍। ଏବେ ଫେସ୍‌ବୁକ୍‌ରେ ବାରମ୍ବାର ଖବର ଆସୁଛି ଯେ ମୁଁ ମରିଯାଇଛି। କାହିଁକି ବାରମ୍ବାର ମାରିକି ମୋ ଆୟୁଷ ବଢ଼ାଉଛନ୍ତି ? ଯେଉଁମାନେ ବାହାର କରୁଛନ୍ତି ସେମାନଙ୍କୁ ବି ଧନ୍ୟବାଦ୍‌ । ମୋ ମରିବା ଖବର ଯେତେ ବାହାରିବ ମୋ ଆୟୁଷ ସେତେ ବଢ଼ିବ ।’ ଏହା କହିବା ସହ ଏପରି ମିଥ୍ୟା ଖବର କୁ ବିଶ୍ୱାସ ନକରିବାକୁ ଅନୁରୋଧ କରିଛନ୍ତି ।

ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ନିକଟରେ ସେ ଦିଲ୍ଲୀ ଯାଇଥିଲେ । ଏହା ଏକ ରୁଟିନ ଚେକଅପ ଥିଲା । ଏହାସହ ବିରକ୍ତ ହୋଇ କହିଛନ୍ତି କି ଯିବା ପୂର୍ବରୁ କ’ଣ ଏସମ୍ୱନ୍ଧରେ ସମସ୍ତଙ୍କୁ କହିକି ଯାଇଥାଆନ୍ତି ? ସବୁବେଳେ ଖୁସି ରହୁଥିବା ଓ ନିଜ କଥାରେ ଦର୍ଶକଙ୍କୁ ହସାଉଥିବା ପପୁଙ୍କୁ ଏ ଭିଡ଼ିଓରେ ଦେଖି ତାଙ୍କ ପ୍ରଶଂସକ ମନେ ଖୁବ ଦୁଖପ୍ରକାଶ କରିବାସହ ତାଙ୍କର ଆରୋଗ୍ୟ କାମନା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.