ମଧ୍ୟପ୍ରଦେଶରେ କୃଷକଙ୍କ ଆତ୍ମହତ୍ୟା, ମୋଦୀଙ୍କ ଉଦ୍ଦେଶ୍ୟରେ ସୁଇସାଇଡ୍ ନୋଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଅବ୍ୟାହତ ରହିଥିବାବେଳେ ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ଅନ୍ତର୍ଗତ ଛତରପୁର ଜିଲ୍ଲାରେ ଜଣେ କୃଷକ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ନିକଟରୁ ଜବତ ହୋଇଥିବା ପାଞ୍ଚପୃଷ୍ଠାର ସୁଇସାଇଡ୍ ନୋଟ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଏହା ଲେଖାଯାଇଛି। ତାଙ୍କର ମୃତଦେହକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯାଉ ଏବଂ ସରକାର ତାଙ୍କର ଅଙ୍ଗପ୍ରତ୍ୟଙ୍ଗ ନିଲାମ କରି ବକେୟା ଥିବା ୮୮,୦୦୦ ଟଙ୍କାର ବିଦ୍ୟୁତ ବିଲକୁ ପୈଠ କରିବାକୁ ସେ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି।
ଏହି କୃଷକଙ୍କର ଗୋଟିଏ ଅଟାକଳ ଥିଲା। କିଛି ଚାଷଜମି ଓ ଅଟାକଳରୁ ଆସୁଥିବା ଅର୍ଥରେ ପାଞ୍ଚପ୍ରାଣୀ କୁଟୁମ୍ବ କୌଣସିମତେ ଚଳିଯାଉଥିଲେ। ତେବେ ଏକକାଳୀନ ଏତେ ପରିମାଣର ବିଦ୍ୟୁତ୍ ବିଲ ପୈଠ କରିନପାରିବା ଫଳରେ ବିଦ୍ୟୁତ ବିଭାଗ ଇତିମଧ୍ୟରେ ଅଟାକଳକୁ ସିଲ୍ କରିବା ସହ ତାଙ୍କର ବାଇକକୁ ଜବତ କରିନେଇଛନ୍ତି। ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଗତ ବୁଧବାର ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.