କୃଷକ ଆନ୍ଦୋଳନ : ସରକାରଙ୍କ ଆଲୋଚନା ପ୍ରସ୍ତାବ ଉପରେ କୃଷକ ସଂଗଠନଙ୍କ ବିଚାରବିମର୍ଷ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ: ଦିଲ୍ଲୀରେ ଚାଲିଥିବା ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଆଜି ୬ଷ୍ଠ ଦିନରେ ପହଞ୍ଚିଛି । ଗତ କାଲି ରାତିରେ କେନ୍ଦ୍ର ସରକାର କୃଷକ ସଂଗଠନଗୁଡ଼ିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିବା ପରେ ଆନ୍ଦୋଳନକାରୀ କୃଷକ ସଂଗଠନଗୁଡ଼ିକ ଆଜି ଏ ସମ୍ପର୍କରେ ବିଚାର କରୁଥିବା ଜଣାଯାଇଛି । ସରକାରଙ୍କ ଆଲୋଚନା ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାକୁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଏକ ବୈଠକ ଡକାଯାଇଛି । ଗତକାଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ । ମଙ୍ଗଳବାର ଅପରାହ୍ଣରେ ଦିଲ୍ଲୀର ବିଜ୍ଞାନ ଭବନଠାରେ ଏହି ଆଲୋଚନା ପାଇଁ ଧାର୍ଯ୍ୟ କରାଯାଇଛି । ଅନ୍ୟପକ୍ଷରେ ଏହି ବୈଠକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା, କୃଷିମନ୍ତ୍ରୀ ତୋମାର ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି ।
କୃଷକ ଆନ୍ଦୋଳନକୁ କାନାଡା ପ୍ରଧାନମନ୍ତ୍ରୀଙ୍କ ସମର୍ଥନ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ସମର୍ଥନ କରି କହିଛନ୍ତି ଯେ କାନାଡା ସବୁବେଳେ  ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରିବ। ଭାରତୀୟ କୃଷକଙ୍କ ଆନ୍ଦୋଳନକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।

bjd
Sikshaya
ruchi

Leave A Reply

Your email address will not be published.