ଆଉ ମାସେ ବଢିଲା ଫାସଟ୍ୟାଗ ଅବଧି

0

ପୁଣି ବଢିଛି ଫାସଟ୍ୟାଗ ଅବଧି । ଡିସେମ୍ବର ୧୫ ସୁଦ୍ଧା ଏହା ବାଧ୍ୟତାମୂଳକ କରାଯାଇଥିବାବେଳେ ପୁଣି ଅବଧିକୁ ମାସେ ଯାଏ ବଢାଇ ଦିଆଯାଇଛି । ଦେଶରେ ଫାସଟ୍ୟାଗ ଷ୍ଟିକର ଅଭାବ ଥିବା କାରଣରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଏହାଛଡା ଫାସଟ୍ୟାଗକୁ ନେଇ ଲୋକେ ଏତେଟା ସଚେତନ ନଥିବାରୁ ଆଉ ଥରେ ଅବଧି ବଢାଯାଇଥିବା ଶନିବାର ଘୋଷଣା କରାଯାଇଛି । ପୂର୍ବରୁ ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନକୁ ଡିସେମ୍ବର ୧ରୁ ଫାସଟ୍ୟାଗ ଲେନରେ ପରିଣତ କରିବା ଲାଗି ସରକାର ଘୋଷଣା କରିଥିଲେ । ପରେ ଏହାକୁ ଡିସେମ୍ବର ୧୫ ତାରିଖ ଯାଏଁ ଘୁଂଚାଯାଇଥିଲା ।

ଉଲ୍ଳେଖଯୋଗ୍ୟ, ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବା ପରେ କେବଳ ଅନଲାଇନରେ ଟୋଲ୍ ଦେୟ ଦେବାକୁ ହେବ । ଏହି ସମୟ ମଧ୍ୟରେ ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିଣତ କରିବା ପାଇଁ ନିଷ୍ପତି ନିଆଯାଇଛି । ଫଳରେ ଏହି ଲେନରେ ଉଭୟ ଫାସଟ୍ୟାଗ ସମେତ ଅନ୍ୟ ଅର୍ଥ ପୈଠ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ତେବେ ଫାସଟ୍ୟାଗ ଲେନ୍ ଯେଭଳି ୭୫%ରୁ କମ୍ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି । ଲୋକେ ଯେଭଳି ଅସୁବିଧାରେ ନପଡ଼ିବେ ତାହାକୁ ଦୃଷ୍ଟିରେ ରଖି ୩୦ ଦିନ ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ତେଣୁ ଏହାକୁ ପୁନର୍ବାର ଏକ ମାସ ସମ୍ପ୍ରସାରଣ କରାଯାଇଛି ।

Leave A Reply

Your email address will not be published.