ଶାନ୍ତି ପାଇଁ ଉପବାସ ବ୍ରତ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ କଂଗ୍ରେସ ପକ୍ଷରୁ ସାରା ଦେଶରେ ଏକଦିନିଆ ଉପବାସ ବ୍ରତ ପାଳନ କରାଯାଉଅଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା , ଶ୍ରୀକାନ୍ତ ଜେନା ଓ ନିରଞ୍ଜନ ପଟନାୟକଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଏକାଠି ହୋଇଛନ୍ତି।   

ଗତ ଅପ୍ରେଲ ୨ରେ ଏସସି ,ଏସଟି ସଂଗଠନ ଗୁଡ଼ିକ ପକ୍ଷରୁ ସାରା ଭାରତରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ପାଳନ ବେଳେ ବଜେପି ଶାସିତ ରାଜ୍ୟ ଗୁଡିକରେ ପ୍ରବଳ ହିଂସା ଦେଖାଦେଇଥିଲା। ଏହି ହିଂସାର ବିରୋଧରେ କଂଗ୍ରେସ ଦଳ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛି । ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଦେଶରେ ଶାନ୍ତି ବଜାୟ ରଖିବା ଉଦେଶ୍ୟ ଆଜି ସମସ୍ତ ରାଜ୍ୟ ଓ ଜିଲ୍ଲାମାନଙ୍କରେ ଦଳ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ବ୍ରତ ପାଳନ କରାଯାଉଛି । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯିବା ସହ ରାଜ୍ୟର ସମସ୍ତ ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଉପବାସ କାର୍ଯ୍ୟକ୍ରମ ପାଳନ କରାଯାଉଛି ।

 

 

Leave A Reply

Your email address will not be published.