ନୂଆବର୍ଷରେ ଡକାଡକି ହୋଇ ଚାଲିଗଲେ ବାପା – ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆବର୍ଷରେ ଫିରିଙ୍ଗିଆ ଅଞ୍ଚଳରେ ଏକ ଦୁଖଦ ଘଟଣା ଘଟିଯାଇଛି। ଗୋଟିଏ ପରିବାରର ବାପା-ବଡ଼ ପୁଅଙ୍କର ଦେହାନ୍ତ ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି। ସୂଚନା ଅନୁସାରେ, ଫିରିଙ୍ଗିଆ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଜେପିର ବରିଷ୍ଠ ନେତା ତଥା ସମାଜସେବୀ ରାଜ କିଶୋର ସାହୁ (୫୫) ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ବେଳେ ତାଙ୍କର ବାପା ଶଙ୍କରର୍ଷଣ ସାହୁ(୮୫)ଙ୍କ ମଧ୍ୟ କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ଘଟିଛି। ସବୁଠାରୁ ଦୁଃଖର ବିଷୟ ଯେ, ପରିବାରର ବଡ଼ପୁଅ ରାଜ କିଶୋର ସାହୁଙ୍କ ଶୁକ୍ରବାର ସକାଳେ ଦେହାନ୍ତ ପରେ ତାଙ୍କର ଶବ ଶତ୍କାର ଶେଷହେବା ଠିକ ପରେପରେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ସାନ ଝିଅ ଓ ଅନ୍ୟ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ମଧ୍ୟ ଶେଷକୂତ୍ୟ ସଂପର୍ଣ୍ଣ କରାଯାଇଛି।

Leave A Reply

Your email address will not be published.