ଆଚାର୍ଯ୍ୟ ବିହାର ଓଭରବ୍ରିଜରୁ ଖସି ବାପା ମୃତ, ପୁଅ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ପୂର୍ବାହ୍ନରେ ଆଚାର୍ଯ୍ୟବିହାର ଓଭରବ୍ରିଜରୁ ଖସି ପଡ଼ି ବାପାଙ୍କର ମୃତ୍ୟୁ ହୋଇଥିଲା ବେଳେ ପୁଅ ଗୁରୁତର ହୋଇଛନ୍ତି । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳି ପାରିନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବାପା ଓ ପୁଅ ଏକ ସ୍କୁଟିରେ ଆଚାର୍ଯ୍ୟ ବିହାର ଓଭରବ୍ରିଜ ଉପର ଦେଇ ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ି ସହ ବାପା ଓ ପୁଅ ଓଭରବ୍ରିଜରୁ ତଳକୁ ଖସି ପଡ଼ିଥିଲେ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ପୁଅଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ‌।

ସେହିପରି ଦୁଇଦିନ ପୂର୍ବରୁ ନୟାପଲ୍ଲୀ ଓଭରବ୍ରିଜ୍ ଉପରେ ଟ୍ରକ ଧକ୍କାରେ ୨ ଜଣଙ୍କ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇ କଟକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.