ଝିଅକୁ ହତ୍ୟା ଅଭିଯୋଗରେ ବାପା ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଢ ମାସର ଝିଅକୁ ହତ୍ୟା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମେର୍ଦା ଗ୍ରାମର ରଣଜିତ କୁମାର ସାହୁଙ୍କୁ ପୋଲିସ ଗିରଫ କରିଛି । ଗତ ଶୁକ୍ରବାର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ରଣଜିତ ତାକୁ ହତ୍ୟା କରିଥିବା ନେଇ ତାଙ୍କ ଶାଶୁ ସଞ୍ଜୁଲତା ମହାପାତ୍ର ବଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ୧୪୫/୧୮ ନଂ. ରେ ମାମଲା ରଜୁ କରିଥିଲା । ତେବେ ରବିବାର ପୋଲିସ ପୋତା ଯାଇଥିବା ଶିଶୁକନ୍ୟାର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ରଣଜିତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ବଡସାହି ଥାନା ଅଧୀନ କୁଳିଅଣା ଗ୍ରାମର ସୋମନାଥ ମହାପାତ୍ରଙ୍କର କନ୍ୟା ସୁବାସିନୀ ମହାପାତ୍ରଙ୍କ ସହ ୨୦୧୫ରେ ରଣଜିତଙ୍କର ବିବାହ ହୋଇଥିଲା । ଦୁଇ ବର୍ଷ ପୂର୍ବରୁ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଦେଢ଼ ମାସ ତଳେ ଆଉ ଏକ କନ୍ୟା ସନ୍ତାନ ଜାତ ହୋଇଥିଲା । ଜନ୍ମ ପରେ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଶିଶୁକନ୍ୟାଙ୍କ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର ରଣଜିତ ଚିକିତ୍ସା ନ କରାଇ ଘରକୁ ନେଇ ଆସିବା ସହ ତାଙ୍କୁ ଅନ୍ୟକୁ ଦେଇ ଦେବା ପାଇଁ ଯୋଜନା କରୁଥିଲେ । ଏହାକୁ ବିରୋଧ କରିବାରୁ ସୁବାସିନୀଙ୍କୁ ରଣଜିତଙ୍କ ପରିବାର ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ତେବେ ଗତ ବୁଧବାର ସୁବାସିନୀ ବାପଘର ଲୋକଙ୍କ ସହ ନିଜ ଘରକୁ ପଳାଇ ଆସିବା ବେଳେ ତାଙ୍କର ଦୁଇ ସନ୍ତାନଙ୍କୁ ଶ୍ୱଶୁର ଘର ଲୋକେ ଛଡ଼ାଇ ରଖିଥିଲେ । ଫଳରେ ଚିକିତ୍ସା ଅବହେଳା ଓ ଖାଦ୍ୟାଭାବରୁ ଦେଢ଼ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.