ସହି ହେଲାନି ପୁଅର ନିର୍ଯାତନା, ହତ୍ୟାକରି ପୋତିଦେଇଥିଲେ ବାପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଡ଼ ପୁଅର ବ୍ୟବହାର ରେ ଅତିଷ୍ଠ ହୋଇ ମାରି ପୋତିଦେଲା ବାପା । ଏଭଳି ଅଭାନୀୟ ଘଟଣା କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟାକାରୀ ବାପାକୁ ଗିରଫ କରିଥିବା ବେଳେ ସାନ ଭାଇ ଫେରାର ଅଛି । ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଜାରି ରଖିଛି ।
ସୂଚନାଯୋଗ୍ୟ, ବଡ ପୁଅ ନିଶାଶକ୍ତ ହୋଇ ଘରେ ବାରମ୍ବାର ଗଣ୍ଡଗୋଳ କରୁଥିବାରୁ ବାପା ଓ ସାନ ଭାଇ ମିଶି ହତ୍ୟା କରି ପୋତି ଦେଇଥିବା ପୁଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁର ସିଆଳି ସାହିରେ ରହୁଥିବା ନରେନ୍ଦ୍ର ଦେହୁରୀଙ୍କ ବଡ଼ ପୁଅ କୁନିଆଁ (୨୮) ଜଣେ ନିଶାଡ଼ି। ସେ ନିୟମିତ ଭାବେ ମଦ, ଗଞ୍ଜେଇ ଖାଇ ଘରେ ପାଟିତୁଣ୍ଡ କରୁଥିଲା ଏବଂ ମାରପିଟ ବି କରୁଥିଲା। ଏଥିରେ ଅସନ୍ତୁଷ୍ଟ ହୋଇ ବିବାହିତ କୁନିଆଁର ସ୍ତ୍ରୀ ବି ପ୍ରାୟ ବର୍ଷେ ହେବ ଘର ଛାଡ଼ି ଚାଲିଯାଇଥିଲେ।
ବଡ଼ପୁଅର ଦୌରାତ୍ମରେ ଅତିଷ୍ଠ ହୋଇ ବାପା ନରେନ୍ଦ୍ର ଦେହୁରୀ ଓ ତାଙ୍କ ସାନ ପୁଅ ଟିଟୁଆ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ଗତ ରବିବାର ଦିନ କୁନିଆଁକୁ ଟାଙ୍ଗିଆ ଓ ଠେଙ୍ଗା ସହାୟତାରେ ମାରି ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ। ୫ଦିନ ହେଲା ପୁଅକୁ ଦେଖିନଥିଲେ ସ୍ଥାନୀୟ ଲୋକେ।ଏନେଇ ଗୁରୁଡିଝାଟିଆ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇବାପରେ ତଦନ୍ତ କରିବାପରେ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗତକାଲି ଗିରଫ କରିଛି।

Leave A Reply

Your email address will not be published.