ପୁଅକୁ ଭୁଲ ବାଟରେ ନଯିବାକୁ ଅନୁରୋଧ କଲେ ବାପା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର AIMS ର ଦିତୀୟ ବର୍ଷ ର ଡ଼ାକ୍ତରି ଛାତ୍ର ସୋହେଲ ଆଇଯାଦ ଆଜିକୁ ୧୬ ଦିନ ହେଲା ଭୁବନେଶ୍ୱର AIMS ରୁ ପଂଜାବର ଜଣେ ବନ୍ଧୁ ଙ୍କ ବିବାହ ଉତ୍ସବ ରେ ଯୋଗ ଦେବାକୁ ଯାଇ ନିଖୋଜ ଅଛନ୍ତି। ଓଡ଼ିଶା ପୋଲିସ, କେନ୍ଦ୍ରିୟ ଗୋଇନ୍ଦା ସଂସ୍ଥା ଏବଂ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପାଇଁ ଏହା ଏକ ଚିନ୍ତା ର ବିଷୟ ହୋଇଛି।ଖବର ରୁ ଯାହା ଜଣାପଡିଛି ସୋହେଲ ଜମୁକାଶ୍ମୀର ରାଜ୍ୟ ର ଆତଙ୍କବାଦୀ ପ୍ରବଣ ଜିଲ୍ଲା କୂପୱାଡା ର ବାସିନ୍ଦା ।

ସେ ଭୁବନେଶ୍ୱର ଏମ୍ସର ୨ୟ ବର୍ଷର ଡାକ୍ତରୀ ଛାତ୍ର।ସେ ଗତ ନଅ ତାରିଖ ରୁ ଏମ୍ସ ରୁ ପରମିଶନ ନେଇ ଅମୃତସର ରେ ଜଣେ ବନ୍ଧୁ ଙ୍କ ଭୋଜି କୁ ଯାଇ ଥିଲେ।ଏବଂ ୧୬ ତାରିଖ ରେ ଫେରିବେ ବୋଲି ଜଣାଇ ଥିଲେ।କିନ୍ତୁ ହଠାତ ଭୁବନେଶ୍ୱର ରୁ ୯ ତାରିଖ ରାତିରେ ଯାଇ ସକାଳୁ ହାଉଡା ରେ ପହଁଚିବା ପରେ ତାଙ୍କ ମୋବାଇଲ ସୁଇଚି ଅପ ହୋଇ ଯାଇ ଥିଲା।ତାଙ୍କ ଫୋନ କିଛି ଦିନ ବନ୍ଦ ହେବାରୁ ତାଙ୍କ ବାପା ଭୁବନେଶ୍ୱର ଏମ୍ସ ସହିତ ଯୋଗାଯୋଗ କରିଥିଲେ।ତା ପରଠୁ ସୋହେଲ ନିଖୋଜ ହେବା ଘଟଣା ଜଣାପଡି ଥିଲା।ତା ପରେ ତାଙ୍କ ବାପା ଭୁବନେଶ୍ୱର ରେ ପହଞ୍ଚି ଖଣ୍ଡଗିରି ଥାନା ରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ କୁ ଭିତ୍ତି କରି ଏକ ମିସିଂ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରୀ ରଖିଛି।ପ୍ରାଥମିକ ତଦନ୍ତ ରୁ ପୋଲିସ ସୋହେଲ ର ରୁମ ସର୍ଚ୍ଚ କରି ଏକ ନୋଟ ପେଡ ଜବତ କରିଛି। 

ଯେଉଁ ଥିରେ ସେ ନିଜର ପରୀକ୍ଷା ଫଳାଫଳ ଏବଂ ପାଠ ପଢା କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ
“I quit “ବୋଲି ଲେଖିଛନ୍ତି। ସୋହେଲ ଙ୍କ ବାପା ଭାଇ ଭୁବନେଶ୍ବର ଡ଼ିସିପି ଙ୍କୁ ଭେଟି ପୁଅ କୁ ଖୋଜି ଦେବା ପାଇଁ ଅନୁରୋଧ କରିଛନ୍ତି।କମିଶନରେଟ ପୋଲିସ ମଧ୍ୟ ନିଖୋଜ ଘଟଣାଟିକୁ ଗୁରୁତର ସହ ନେଇଛନ୍ତି।କାରଣ କୁପୱାଡା ଜିଲ୍ଲା ପାକିସ୍ତାନ କୁ ଲାଗିଥିବା ଏକ ଆତଙ୍କବାଦୀ ପ୍ରବଣ ଜିଲ୍ଲା।ସୋହେଲ ଙ୍କ ନିଖୋଜ ପଛରେ ଯେ ଆତଙ୍କବାଦୀ ସଂପର୍କ ନଥିବା ଏକଥା ମଧ୍ୟ ଏଡାଇ ଦିଆ ଯାଇ ନପାରେ।କମିଶନରେଟ ପୋଲିସ ହାୱଡା ପୋଲିସ ସହିତ ଯୋଗାଯୋଗ ରେ ଅଛନ୍ତି।କାରଣ ସୋହେଲ ଙ୍କ ଶେଷ ମୋବାଇଲ ନେଟୱାର୍କ ହାୱଡା ଥିଲା ଏବଂ ସେଠାରେ ଥିବା ସିସି ଟିଭି ପୋଲିସ ପାଈଁ ଏକ ଵଡ଼ ସୁରାକ ହୋଇପାରେ।

ଇତି ମଧ୍ୟରେ ପୋଲିସ ସୋହେଲ ର ମୋବାଇଲ କଲ ରେକର୍ଡ଼ ଯାଞ୍ଚ ଆରମ୍ଭ କରି ଦେଇଛି। ନିଖୋଜ ପଛର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି। କମିଶନରେଟ ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରି ଏକ ତିନି ଜଣିଆ ଦଳ ହାୱଡା ଅଭିମୁଖେ ଯାଇଛି।

ଯେହେତୁ ସୋହେଲ ଆସିଥିବା କୂପୱାଡା ଜିଲ୍ଲା ଏକ ଆତଙ୍କବାଦୀ ପ୍ରବଣ ଏବଂ ଏହି ଜିଲ୍ଲା ରୁ ଅନେକ ଉଚ୍ଚ ଶିକ୍ଷିତ ଯୁବକ ଆତଙ୍କବାଦୀ ଙ୍କ ସହିତ ମିଶିବାର ନଜିର ରହିଛି। ଏଥି ମଧ୍ୟରେ ସୋହେଲ ଙ୍କ ବାପା ସୂଚନା ଦେଇ କହିଛନ୍ତି ଯେ ତାର ନିଖୋଜ ପଛରେ ପାଠ ପଢା ରେ ଅକୃତକାର୍ଯ୍ୟ କାରଣ ହୋଇ ନପାରେ। ଯେହେତୁ ସୋହେଲ ଜଣେ ମେଧାବୀ ଛାତ୍ର ସେ ଏକା ଥରରେ ଏମ୍ସ ଭଳି ଏକ ସର୍ବ ଭାରତୀୟ ଅନୁଷ୍ଠାନ ରେ ପଢ଼ିବାର ସୁଯୋଗ ପାଇ ଥିଲେ ଓ ସେ ନିଜେ ଭୁବନେଶ୍ୱର ଏମ୍ସ କୁ ପସନ୍ଦ କରିଥିଲେ। ସୋହେଲ ଙ୍କ ବାପା ଗଣମାଧ୍ୟମ ମାଧ୍ୟମରେ କୋହଭାର କଣ୍ଠରେ ସୋହେଲ କୁ କୋଣସି ଭୂଲ ରାସ୍ତା ରେ ପାଦ ନଦେବାକୁ ଅନୁରୋଧ କରିଛନ୍ତି।

ଏମ୍ସ କତ୍ତୃପକ୍ଷ ମଧ ଗଣମାଧ୍ୟମକୁ ସୂଚନା ଦେଇ କହିଛିନ୍ତି ଯେ ସୋହେଲ ଜଣେ ମେଧାବୀ ଛାତ୍ର ଏବଂ ପାଠପଢ଼ା ପାଇଁ ଏଭଳି ନିଷ୍ପତି ନେବେ ବୋଲି ସେମାନେ ବିଶ୍ୱାସ କରିପାରୁନାହାନ୍ତି । ଏ ସଂକ୍ରାନ୍ତରେ ଏମ୍ସ କତ୍ତୃପକ୍ଷ ମଧ୍ୟ ପୋଲିସ କୁ ନିଖୋଜ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି।
ଏ ସମସ୍ତ ଘଟଣା କୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ଏବଂ କେନ୍ଦ୍ରୀୟ ଗୋଇନ୍ଦାସଂସ୍ଥା ର ଏନ ଆଇ ଏ ଟିମ ଦ୍ବାରା ତଦନ୍ତ କରାଗଲେ ସତ୍ୟାସତ ସାମ୍ନା କୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.