ଦୁଇ ଲକ୍ଷ ଟଙ୍କା ପାଇଁ ବାପା ମାରିଲା ଝିଅ ଓ ନାତି ନାତୁଣୀକୁ

0

ଓଡ଼ିଶା ଫାଷ୍ଟ(ମନୋଜ ସାହୁ): ଗତ ୧୦ ତାରିଖ ଦିନ କୁଜଙ୍ଗ ନିକଟ ମହାନଦୀରୁ ମିଳିଥିବା ୪ଜଣଙ୍କ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି କୁଜଙ୍ଗ ପୋଲିସ। ମୃତ ମହିଳାଙ୍କ ବାପା ଅକ୍ଷୟ ସେଠୀ ହିଁ ସେମାନଙ୍କର ହତ୍ୟାକାରୀ ବୋଲି କହିଛି ପୋଲିସ୍‌।

ଘଟଣା କ୍ରମେ

ଅକ୍ଷୟଙ୍କ ଜ୍ୱାଇଁର ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥିଲା। ସେ ନିଜ ଝିଅକୁ ସେ ଟଙ୍କା ମାଗିଥିଲେ ମାତ୍ର ତାଙ୍କ ଝିଅ ଟଙ୍କା ଦେବାକୁ ରାଜି ହୋଇନଥିଲେ। ସେହି ଦୁଇଲକ୍ଷ ଟଙ୍କା ଲୋଭରେ ନିଜ ଝିଅ ଓ ତିନି ନାତି ନାତୁଣୀଙ୍କୁ ମାରିଦେଇଥିଲେ ଅକ୍ଷୟ। ପ୍ରଥମେ ଅକ୍ଷୟ ଦୁଇ ନାତୁଣୀଙ୍କୁ ନେଇ ତଣ୍ଟିଚିପି ମାରି ନଦୀରେ ଫିଙ୍ଗିବା ପରେ ଝିଅ ଓ ନାତିକୁ ନେଇ ସମାନ ଢଙ୍ଗରେ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟାକାରୀ ବାପାକୁ ପୋଲିସ ଗିରଫ କରିଛି।

Leave A Reply

Your email address will not be published.