PUBG ବଦଳରେ FAU-G : ଆକ୍ସନ୍ ଷ୍ଟାର ଅକ୍ଷୟ କୁମାର କଲେ ଘୋଷଣା

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସରକାର ପବ୍‌ଜି ଭିଡିଓ ଗେମ୍‌ ସମେତ ଚୀନ୍‌ର ୧୧୮ଟି ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି କେନ୍ଦ୍ରସରକାର। ଏହାର ଦୁଇଦିନ ପରେ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଗେମ୍‌ ଫୌ-ଜି ଅର୍ଥାତ୍‌ ଫୌଜ୍‌ ଶୁଭାରମ୍ଭ କରିବା ବିଷୟ ଘୋଷଣା କରିଛନ୍ତି। ଏହି ଗେମ୍‌ ଖେଳୁଥିବା ପ୍ରତିଟି ଲୋକ ଭାରତୀୟ ଯବାନଙ୍କ ବଳିଦାନ ସମ୍ପର୍କରେ ଜାଣିବାକୁ ପାଇବେ।


ଏହା ଅକ୍ଷୟଙ୍କ ପ୍ରଥମ ଗେମିଂ ଭେଞ୍ଚର। ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇ ଅକ୍ଷୟ ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ସମର୍ଥନ ଜଣାଇ ସେ ଏହି ଆକ୍ସନ ଗେମ୍‌ର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହା ନିଶ୍ଚିତ ଭାବେ ତାଙ୍କ ପାଇଁ ଗର୍ବର ବିଷୟ । ନିର୍ଭୟ ଓ ଏକତାର ମିସାଲ ହେଉଛି ଫୌ-ଜି । ସମ୍ପୂର୍ଣ୍ଣ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏହି ଗେମ୍‌ ଖେଳୁଥିବା ବ୍ୟକ୍ତିମାନେ ଦେଶର ବୀର ଯବାନଙ୍କ ବଳିଦାନର କାହାଣୀ ବିଷୟରେ ମଧ୍ୟ ଜାଣିପାରିବେ । ଏହି ମୋବାଇଲ ଗେମ୍‌ରୁ ମିଳିବାକୁ ଥିବା ଲାଭାଂଶ ମଧ୍ୟରୁ ୨୦ ପ୍ରତିଶତ‘ଭାରତ କେ ବୀର’ ଟ୍ରଷ୍ଟକୁ ପ୍ରଦାନ କରାଯିବ ବୋଲି ଅକ୍ଷୟ ଉଲ୍ଲେଖ କରିଛନ୍ତି। ତେବେ ଫୌ-ଜି ଗେମ୍‌ କେବେ ଶୁଭାରମ୍ଭ ହେବ ତାହା କହିନାହାନ୍ତି। କିମ୍ବା ଏହି ଗେମ୍‌ ସମ୍ପର୍କରେ ସେ ଅଧିକ କିଛି ସୂଚନା ଦେଇନାହାନ୍ତି।

Leave A Reply

Your email address will not be published.