ସରକାର ଙ୍କ ଦ୍ଵାରା ପ୍ରକାଶିତ ୱେବ କ୍ୟାଲେଣ୍ଡରରେ ତ୍ରୁଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି କିପରି ଭାବେ ନିଜ ଦାୟିତ୍ୱ ତୁଲାଉଛନ୍ତି ତାହାର ପ୍ରମାଣ ଦେଖିବାକୁ ମିଳିଛି ସରକାରଙ୍କ ଦ୍ଵାରା ପ୍ରକାଶିତ ୱେବ କ୍ୟାଲେଣ୍ଡରରେ । ବର୍ଷ ଆରମ୍ଭର ମାସର ପ୍ରଥମ ଦିନରୁ ତ୍ରୁଟି । ତେବେ ଅନ୍ୟ ମାସ କଥା….

ସୂଚନା ଅନୁଯାୟୀ, ସରକାର ଙ୍କ ଦ୍ଵାରା ୨୦୧୯ ୱେବ କ୍ୟାଲେଣ୍ଡର ପ୍ରକାଶିତ କରାଯାଇଛି । ଯେଉଁଥିରେ ବର୍ଷ ଆରମ୍ଭ ହୋଇଛି ବୁଧବାରରୁ । ଯେତେବେଳେ କି ଜାନୁଆରୀ ୧ ତାରିଖ ମଙ୍ଗଳବାର ଥିଲା । ତେବେ ସରକାର ଦ୍ୱାରା ଜାରି କରାଯାଇଥିବା ୱେବ କ୍ୟାଲେଣ୍ଡରରେ ଥିବା ଏତେ ବଡ ତ୍ରୁଟି କାହାକୁ କିପରି ନଜର ଆସିଲା ନାହିଁ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସେହିପରି ଏହି ୱେବ କ୍ୟାଲେଣ୍ଡରରେ ଦେଖୁଥିବା ଲୋକ ଏହାକୁ ହସରେ ଉଡାଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.