ଭାଲୁ ଆତଙ୍କ : ଜଣେ ମହିଳା ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଭାଲୁ ଆତଙ୍କ । ସ୍ଥାନୀୟ ଲଦିଯୋଡି ଗାଁରେ ଗତ କିଛି ଦିନ ହେବ ୬ଟି ଭାଲୁ ସନ୍ଧ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ଆତଙ୍କରେ ସଂଧ୍ୟା ହେଉ ହେଉ ଗାଁରେ ତାଟିକବାଟ ପଡିଯାଉଛି ଏବଂ ଦୋକାନବଜାର ବନ୍ଦ ହୋଇଯାଉଛି ।
ଜଣେ ମହିଳା ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ ଏବଂ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ । ତେବେ ଏହି ଭାଲୁକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ବନ ବିଭାଗ ଏଥି ପ୍ରତି ନଜର ଦେଉନଥିବା ଅଭିଯୋଗ ହେଉଛି । ଜଙ୍ଗଲ ଭିତରେ ଖାଦ୍ୟ ଅଭାବରୁ ୬ଟି ଭାଲୁ ଜନବସତି ଆଡେ ମାଡି ଆସିିଥିବା କୁହାଯାଉଛି ।

bjd
Sikshaya
ruchi

Leave A Reply

Your email address will not be published.