୧୬୩ ଜଣଙ୍କ ଲାଇସେନ୍ସ ବାତିଲ୍: କୃଷିମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାର ଯୋଗାଣ ଅନିୟମିତତା ଅଭିଯୋଗରେ ୧୬୩ ଜଣଙ୍କ ଲାଇସେନ୍ସ ବାତିଲ୍ କରାଯାଇଛି। ଯାଞ୍ଚ ପରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏଯାବତ୍ ୬୮୮୧ ଡିଲରଙ୍କୁ ଯାଞ୍ଚ କରାଯାଇଥିବା ସୂଚନା ଦିଆଯାଇଛି।
ଅନିୟମିତତା ପାଇଁ ୩୭୮୪ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସେହିପରି ୧୦୪ ଜଣଙ୍କୁ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୫୦ ଜଣଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି।

Barta
Sikhsya

Leave A Reply

Your email address will not be published.