କଳିଙ୍ଗ ଷ୍ଟାଡିୟମରେ ହେବନି ମହିଳା ଫୁଟବଲ ବିଶ୍ବକପ

ଭାରତୀୟ ଫୁଟବଲ ଖେଳାଳି ଓ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ସର୍ବଭାରତୀୟ ଫୁଟବଲ ମହସଂଘକୁ(AIFF) ନିଲମ୍ବିତ କରିଛି ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ପରିଷଦ ସଂଘ (FIFA) । ଭାରତୀୟ ଫୁଟବଲ ସଂଘରେ ଅଯଥା ବାହ୍ୟ ହସ୍ତକ୍ଷେପ ମହଙ୍ଗା ସାବ୍ୟସ୍ତ ହୋଇଛି । ସଂଘରେ ଅନିୟମିତତା ନିୟମ ଉଲଙ୍ଘନ କାରଣ ଦର୍ଶାଇ ଭାରତକୁ ସଂଘରୁ ବାସନ୍ଦ କରିଛି ଫୁଟବଲ ବୋର୍ଡ । ଫଳରେ ଚଳିତବର୍ଷ ଶେଷ ଭାଗରେ ଅକ୍ଟୋବର ୧୧ ରୁ ୩୦ ମଧ୍ୟରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ଆୟୋଜନ ମଧ୍ୟ ଭାରତ କରିପାରିବ ନାହିଁ । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏହି ମେଗା ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଏକ ଭେନ୍ୟୁ ଥିଲା ।