ପୋଲିସ ପଦକ ପାଇଁ ଓଡିଶାରୁ ୧୫ଜଣ ମନୋନୀତ

0

ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ପୋଲିସ ପଦକ ଘୋଷଣା କରାଯାଇଛି । ୨୦୨୨ ପୋଲିସ ପଦକ ପାଇଁ ଓଡିଶା ପୋଲିସର ୧୫ଜଣ ମନୋନୀତ ହୋଇଛନ୍ତି । ୨ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ପଦକ ପାଇଁ ଚୟନ କରାଯାଇଥିବା ବେଳେ ୨ଜଣଙ୍କୁ ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୋଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି । ସେହିପରି ୧୧ ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ନିମନ୍ତେ ପୋଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି ।

SOA post below
Leave a comment