ବିଦ୍ୟାଶ୍ରୀ, ବିସ୍ମିତ, ଗଣମାଧ୍ୟମ ବିପକ୍ଷରେ ଥାନାରେ ଏତଲା ଦେଲେ ଚିନ୍ମୟୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ବର୍ତ୍ତମାନ ଏହି କେସ ଭିତରକୁ ଟାଣି ହୋଇଯାଇଛନ୍ତି ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର । ଚିନ୍ମୟୀ ବାଲେଶ୍ୱର ଖଇରା ଥାନାରେ ଆଦିତ୍ୟଙ୍କ ପତ୍ନୀବିଦ୍ୟାଶ୍ରୀ, ବିସ୍ମିତ ଏବଂ ଏକ ଘରୋଇ ଟିଭି ଚ୍ୟାନେଲ ନାଁରେ ଏତଲା ଦାୟର କରିଛନ୍ତି । ସେ ନିଜ ଅଭିଯୋଗରେ ବିସ୍ମିତ ତାଙ୍କୁ ସାଇକୋ ଲେଡି ଏବଂ ଆଦିତ୍ୟଙ୍କ ମୃତ୍ୟୁର କାରଣ ବୋଲି କହି ଫେକ୍ ନ୍ୟୁଜ୍ ପ୍ରସାରଣ କରିଛନ୍ତି । ଯାହା ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଉଛି ବୋଲି କହିଛନ୍ତି । ଏପରକିି ବିସ୍ମିତ ତାଙ୍କୁ କ୍ରାଇମ ବ୍ରାଂଚ ଅଫିସର କହି ଫୋନ କରିଛନ୍ତି ଏବଂ ହ୍ୱାଟ୍ସଆପରେ ମେସଜ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚିନ୍ମୟୀ ।

ସେହିପରି ଏଫଆଇଆରରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଚିନ୍ମୟୀ । ଥାନାରେ ଚିନ୍ମୟୀ ଅଭିଯୋଗ କରିଛନ୍ତି, ସାଇକୋ ଲେଡି, ବ୍ଲାକମେଲର ଆଦି କହି ବିଦ୍ୟାଶ୍ରୀ ଓ ଅନ୍ୟମାନେ ତାଙ୍କୁ ମାନସିକ ଆଘାତ ଦେଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ଆଦିତ୍ୟ ଓ ତାଙ୍କର ବ୍ଲର ଫଟୋ ପ୍ରସାରଣ କରିବା ସହ ସେ ଫେରାର ହୋଇଯାଇଥିବା ଖବର ପ୍ରସାରଣ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.