ଅଗ୍ନିକାଣ୍ଡରେ ତିନି ବଖରା ଭସ୍ମିଭୂତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ସହରାଞ୍ଚଳର ୨୦ ନମ୍ବର ୱାର୍ଡର ବଡ଼ ଶଙ୍କରପୁରରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ହାଜର ବିବିଙ୍କର ତିନି ବଖରା ସମ୍ପୂର୍ଣ୍ଣ ଜଳି ଯାଇଛି। ଘରର ସମସ୍ତ ଲୋକ ସୁରକ୍ଷିତ ଭାବେ ବାହାରି ଆସିଥିଲେ, କିନ୍ତୁ ସେମାନେ ଘର ଭିତରେ ଥିବା କୌଣସି କିଛି ଜିନିଷପତ୍ର ବାହାର କରିପାରି ନଥିଲେ। ଘରେ ଥିବା ଲୁଗାପଟା, ଧାନଚାଉଳ, ଵାସନ, ଆସବାବପତ୍ର ଓ ଟଙ୍କା ଆଦି ଜଳି ଯାଇଥିବା ପୀଡ଼ିତ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁ ଲିଭାଇବାକୁ ଆସିଥିଲେ। ହେଲେ ସେତେବେଳକୁ ତିନି ବଖରା ଘର ଜଳିସାରିଥିଲା।

Leave A Reply

Your email address will not be published.